ଦେଶରେ ଆଉ ୩୦,୭୭୩ କରୋନା ସଂକ୍ରମିତ ଚିହ୍ନଟ ଓ ୩୦୯ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି। ଏମାଙ୍କନ ମଧ୍ୟରୁ କେବଳ କେରଳରୁ ୧୯ ହଜାର ୩୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।
ରବିବାର ଗତ ୨୪ଘଣ୍ଟାରେ ୩୦ହଜାର ୭୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୯୪୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୪ଲକ୍ଷ ୪୮ହଜାର ୧୬୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୪ହଜାର ୮୩୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୨୬ଲକ୍ଷ ୭୧ହଜାର ୧୬୭ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୩୨ହଜାର ୧୫୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୮୦ କୋଟି ୪୩ ଲକ୍ଷ ୭୨ ହଜାର ୩୩୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୫ ଲକ୍ଷ ୪୨ହଜାର ୭୩୨ଜଣଙ୍କୁ ଟିକା ଦିଆଯାଇଛି ।
