ଭୁବନେଶ୍ୱର : ୧୭୩ ପଜିଟିଭ୍ ଓ ୨୫୮ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ସୋମବାର ଦିନ ଆଉ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୮ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୨୫ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ଓଲ୍ଡଟାଉନ୍ ରୁ ସର୍ବାଧିକ ୯ଜଣ ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ରସୁଲଗଡରୁ ୮ ଜଣ, ପୋଖରିପୁଟ ଓ ଖଣ୍ଡଗିରିରୁ ୭ ଜଣ ଲେଖାଏଁ, ୟୁନିଟ୍ ୧ରୁ ୬ ଜଣ, ଝାରପଡା,ପଟିଆ ଓ ଡୁମଡୁମା ରୁ ୫ ଜଣ ଲେଖାଏଁ , ଜଗମୋହନନଗର ଓ ଚନ୍ଦ୍ରଶେଖରପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୩୨ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୨୪୬୨ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୨୫୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୯୯୪ କୁ ବୃଦ୍ଧି ପାଇଛି ।
