ଭୁବନେଶ୍ୱର : ୮୨ ପଜିଟିଭ୍ ଓ ୧୬୭ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ମଙ୍ଗଳବାର ଦିନ ଆଉ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ ଲୋକାଲ ମାମଲା ରହିଛନ୍ତି । ସେହିପରି ଗତ ୨୪ ଘଂଟାରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏଥିସହ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦୭୬ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୧୭୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୫୫୩ ସକ୍ରିୟ ମାମଲା ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୧୦୭୧ ରହିଛି ।
