ଭୁବନେଶ୍ୱର : ୧୦୩ ପଜିଟିଭ୍ ଓ ୧୪୮ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ଶନିବାର ଦିନ ଆଉ ୧୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୦ ଜଣ ଲୋକାଲ ମାମଲା ରହିଛନ୍ତି । ସେହିପରି ଗତ ୨୪ ଘଂଟାରେ ଆଉ ୧୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏଥିସହ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୭୯୮ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୧୬୯୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୭୩୪ ସକ୍ରିୟ ମାମଲା ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୧୦୬୯ ରହିଛି ।
