ଭୁବନେଶ୍ୱର : ୧୨୦ କରୋନା ପଜିଟିଭ୍ ଓ ୧୯୫ ସୁସ୍ଥ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୧୨୦ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଲୋକାଲ କଂଟାକ୍ଟ ୯୧ ଏବଂ କ୍ୱାରେଂଟିନରୁ ୨୯ ଜଣ ବୋଲି ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ୧୯୫ଜଣ ସୁସ୍ଥ ହୋଇଛନ୍ତି । ଏହାସହିତ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ି ୧,୧୯,୧୫୫ରେ ପହଂଚିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୧,୧୫,୯୨୩ ରହିଛି । ସେହିପରି ୨୧୫୧ଟି ସକ୍ରିୟ ମାମଲା ଥିବାବେଳେ ୧୦୬୦ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି ।
