ଭୁୁବନେଶ୍ୱର : ୨୮୮ ପଜିଟିଭ୍ ଓ ୧୭୧ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶୁକ୍ରବାର ଦିନ ଆଉ ୨୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୯୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୯୮ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୭୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଲ୍ଡ ଟାଉନ୍ ଓଝାରପଡାରୁ ୧୦ ଜଣ ଲେଖାଏଁ , ଖଣ୍ଡଗିରିରୁ ୯ଜଣ, ପଟିଆ , ରସୁଲଗଡ ଓ ସହୀଦନଗରର ୮ ଜଣ ଲେଖାଏଁ , ଶୈଳଶ୍ରୀବିହାର, ଡୁମଡୁମା, ପୋଖରୀପୁଟ , ଚନ୍ଦ୍ରଶେଖରପୁର ଓ ଭୀମଟାଙ୍ଗୀରୁ ୬ ଜଣ ଲେଖାଏଁ, ବରମୁଣ୍ଡା, ୟୁନିଟ ୬ ଓନିଳାଦ୍ରୀବିହାରର ୫ ଜଣ ଲେଖାଏଁ, ବଡଗଡ, ଆଇଆରସି ଭିଲେଜ, ଜାଗମରା, ଶିଶୁ ବିହାର, ସୁନ୍ଦରପଦା ,ବିଜେବି ନଗର ,ୟୁନିଟ୍ ୮ ଓ ୟୁନିଟ ୯ ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୦୭୮ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୪୭୧୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୩୩୨ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି ।
