ଭୁବନେଶ୍ୱର : ୨୬୪ ପଜିଟିଭ୍, ୨୩୧ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଦିନ ଆଉ ୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୫୧ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୨୧୩ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରି ଓ ଓଲ୍ଡଟାଉନ୍ ରୁ ୧୪ ଜଣ ଲେଖାଏଁ , ପଟିଆରୁ ୧୩ ଜଣ , ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଝାରପଡାରୁ ୧୦ ଜଣ ଲେଖାଏଁ, ପାତ୍ରପଡା ଓ ମେଂଚଶ୍ୱରରୁ ୮ ଜଣ ଲେଖାଏଁ,ଡୁମଡୁମା , କଳିଙ୍ଗ ନଗରରୁ ୭ ଜଣ ଲେଖାଏଁ , ଜୟଦେବବିହାର, ସତ୍ୟନଗର ଓ ଗଜପତିନଗରରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୦୬୧ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୯୮୩୦୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୨୮୨୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୯୧୧ କୁ ବୃଦ୍ଧି ପାଇଛି ।
