ଭୁବନେଶ୍ୱର : ୫୦୯ ପଜିଟିଭ୍, ୯୨୬ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଆଉ ୫୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୯୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୪୧୯ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୯୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଡୁମଡୁମାରୁ ୩୧ ଜଣ,ଖଣ୍ଡଗିରିରୁ ୨୭ ଜଣ, ଚନ୍ଦ୍ରଶେଖରପୁରରୁ ୧୯ ଜଣ ,ଲକ୍ଷ୍ମୀସାଗରରୁ ୧୬ ଜଣ,ସାମନ୍ତରାପୁରରୁ ୧୫ ଜଣ, ନୟାପଲ୍ଲୀରୁ ୧୩ ଜଣ, ରସୁଲଗଡରୁ ୧୨ ଜଣ, ସହୀଦନଗରରୁ ୧୧ ଜଣ, ପାତ୍ରପଡା, ୟୁନିଟ୍ ୬ , ୟୁନିଟ୍ ୯ ଓ ଶୈଳଶ୍ରୀବିହାରରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୧୧୮ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୭୯୦୪୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୪୬୭୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୭୭ ରହିଛି ।
