ଭୁବନେଶ୍ୱର : ୧୧୦୯ ପଜିଟିଭ୍ ଓ ୧୦୭୭ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଆଉ ୧୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୧୭୫ କୁ ବୃଦ୍ଧି ପାଇଛି । ସେଥିରୁ ୧୭୪ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୩୫ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୦୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ସିଆରପିଏଫ୍ କ୍ୟାମ୍ପସ୍ ରୁ ସର୍ବାଧିକ ୭୧ ଜଣ , ପଟିଆରୁ ୬୧ ଜଣ ଓ ଓଲ୍ଡ ଟାଉନ୍ ରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାପଲ୍ଲୀରୁ ୪୩ ଜଣ , ଡୁମଡୁମାରୁ ୩୫ , ଲକ୍ଷ୍ମୀସାଗରରୁ ୩୦ , ଖଣ୍ଡଗିରିରୁ ୨୯, ଚନ୍ଦ୍ରଶେଖରପୁରରୁ ୨୪ , ସୁନ୍ଦରପଦାରୁ ୨୪, ସହୀଦନଗରରୁ ୨୩, ମେଂଚଶ୍ୱରରୁ ୨୨ ଆକ୍ରାନ୍ତ ରହିଛନ୍ତି । ସେହିପରି ନୟାପଲ୍ଲୀରୁ ୧୨,ଜଣ ,ପଟିଆରୁ ୧୦ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୧୭୫ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୬୬୫୮ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୨୦୯ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୮୭ ରହିଛି ।
