ତିହିଡ଼ି ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ଉଦ୍ଯାପିତ
ତିହିଡ଼ି : ହକି ବିଶ୍ୱକପ୍ ଉପଲକ୍ଷେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ବୁଧବାର ତିହିଡ଼ି କାଳୀପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବକୁ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଉତ୍ସବରେ ଅତିଥି ଭାବେ ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ପ୍ରତୀକ କୁମାର ସାହୁ, ତିହିଡ଼ି ଥାନା ଅଧିକାରୀ ତପନ ପ୍ରଧାନ, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ଉପଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲାପରିଷଦ ସଭ୍ୟା ସୁମତୀ ସେଠୀ, ସରପଞ୍ଚ ପ୍ରେମଲତା ବିଶ୍ୱାଳ, ରୀତାଞ୍ଜଳି ପଣ୍ଡା, ପୁଷ୍ପାଞ୍ଜଳି ଲେଙ୍କା ଓ ସୁପ୍ରଭା ପାଣି, ସମିତିସଭ୍ୟ ଚିନ୍ତାମଣି ଓ ତିଳୋତ୍ତମା ବେହେରା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପରେ ବିଭିନ୍ନ ହାଇସ୍କୁଲର ପିଲାମାନଙ୍କୁ ନେଇ ବାଳକ ଓ ବାଳିକା ବଭାଗରେ ପୃଥକ ପୃଥକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ପୌରୋହିତ୍ୟରେ ଉଦ୍ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଭାବେ ଜିଲାପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ସମ୍ମାନିତ ଅତିଥି ଭାବେ ବିଡିଓ ଜ୍ୟୋତିର୍ମୟ କର, ଜିଲାପରିଷଦ ସଭ୍ୟା ରୁଜାତା ପଣ୍ଡା, ସରପଞ୍ଚ ପ୍ରଦୀପ ବଳ, ଚକ୍ରଧର ଦାସ, ଯଶୋଦା ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଶିକ୍ଷାବିତ୍ ସୋମନାଥ ପାଢ଼ୀ, ସମାଜସେବୀ ଦେବେନ୍ଦ୍ର ପୁହାଣ, ନିତ୍ୟାନନ୍ଦ ମଲ୍ଲିକ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ଉତ୍ସବ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଖେଳପ୍ରତି ଆକୃଷ୍ଟ କରାଇବାରେ ସହାୟକ ହେବ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବାଳକ ଓ ବାଳିକା ବିଭାଗରେ ମୋଟ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ କୀଡ଼ାପ୍ରତିଯୋଗିତାକୁ ମନୋନୀତ କରାଯାଇଥିଲା । କ୍ରୀଡ଼ା ଶିକ୍ଷକ ଗିରିଜା ରମଣ ଜେନା, ବିଶ୍ୱରଂଜନ ମଳିକ, ବିଭୁପଦ ସାହୁ, ବିଜୟ କୁମାର ନାୟକ, ଭରତ କୁମାର ଜେନା, ପ୍ରଦୀପ କୁମାର ଖଟୁଆ, ତନ୍ମୟ କୁମାର ବେହେରା, ଶଶିକାନ୍ତ ବେହେରା, କାଶିନାଥ ଦାସ, ସୁବ୍ରତ ସାହୁ, ସୁରଜିତ ଭୋଇ, ସୁନିଲ ବାରିକ, ଅଭୟ ସେନାପତି, ସୁରେଶ ମହାକୁଡ଼ ଖେଳ ପରିଚାଳନା କରିଥିଲେ । ଏହି ଉତ୍ସବକୁ ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାରଂଜନ ରାଉତ, ଜିପିଇଓ ତରଣୀସେନ ବାରିକ, ଏନଆରଇଜିଏସ ସରକାରୀ ସୁଧାଂଶୁ ନାୟକ, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ଲକ୍ଷ୍ମୀଧର ପତି, ବିଷ୍ଣୁମୋହନ ନାୟକ, ଶିକ୍ଷକ ବିଶ୍ୱନାଥ ଦାସ, ଶ୍ରୀନାଥ ମଲିକ, ଆନନ୍ଦ ଚନ୍ଦ୍ର ଦାସ, ତନ୍ମୟ ଦଳେଇ, ସନ୍ତୋସ ପାଣିଗ୍ରାହୀ, ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସଙ୍କ ସମେତ ବହୁ ଶିକ୍ଷକ, ସିଆରସିସି ଏବଂ ଶ୍ୟାମକ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
