ଭୂକମ୍ପରେ ଥରିଲା ତିବ୍ବତ, କ୍ଷୟକ୍ଷତିର ସୂଚନା ନାହିଁ
ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୦
ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ତିବ୍ବତ । ରବିବାର ସକାଳେ ତିବ୍ବତରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜିଜାଙ୍ଗ ପ୍ରଦେଶରେ ଏହି ଭୂକମ୍ପ ଘଟିଛି। ହେଲେ ଏପର୍ଯ୍ୟନ୍ତ ଜୀବନ କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ ୫.୪୦ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ୪.୦ ଥିଲା।
ଏହାପୂର୍ବରୁ ଶୁକ୍ରବାର ରାତିରେ ମରୋକୋରେ ହୋଇଥିବା ଭୟଙ୍କର ଭୂକମ୍ପରେ ୨,୦୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଭୂକମ୍ପରେ ମରାକଶ ସହରରେ ଅବସ୍ଥିତ ୟୁନେସ୍କୋ ସଂରକ୍ଷିତ ବିଶ୍ୱ ଐତିହ୍ୟ ସ୍ମାରକୀ ଅଧିକ ପ୍ରଭାବିତ ହୋଇଛି। ୧୯୬୦ ପରଠାରୁ ଏହା ସବୁଠାରୁ ବିନାଶକାରୀ ଭୂକମ୍ପ ଥିଲା।
ଏହି ଘଟଣାକୁ ନେଇ ସରକାର ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେ ମାପ କରାଯାଇଥିଲା । ଏହି ଭୂକମ୍ପ ମଧ୍ୟ ଏଟଲସ୍ ପର୍ବତକୁ ଥରାଇ ଦେଇଥିଲା। କୁହାଯାଏ ଯେ ଭୂକମ୍ପ ହେବେ ସମୟରେ ଲୋକମାନେ ଶୋଇଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଅବସ୍ଥିତ ମରାକଶ ସହରରେ ସର୍ବାଧିକ କ୍ଷୟକ୍ଷତି ହୋଇଛି।
