ତିନି ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ମୃତ୍ୟୁଦଣ୍ଡ
ନୂଆଦିଲ୍ଲୀ : ତିନି ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଦେଶରେ ଏହା ପ୍ରଥମ ଘଟଣା ଯେତେବେଳେ ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୁମ୍ବାଇ ସେସନ୍ସ କୋର୍ଟର ବିଚାରପତି ଆଦିତ୍ୟ କଦମ ଏହି ନିଷ୍ପତ୍ତି ଦେଇଛନ୍ତି। ବିଚାରପତି ଆଦିତ୍ୟ କଦମ କହିଛନ୍ତି ଯେ ‘ଆଜୀବନ କାରାଦଣ୍ଡ ହେଉଛି ନିୟମ ଏବଂ ମୃତ୍ୟୁଦଣ୍ଡ ଏହାର ବ୍ୟତିକ୍ରମ। କ୍ୱଚିତ୍ ମାମଲାରେ ଏହି ଦଣ୍ଡ ଦିଆଯାଏ। ଏହି ଅପରାଧ ସେହିଭଳି ଅଟେ। ଏହି କ୍ଷେତ୍ରରେ ଦେଖାଯାଇଥିବା ଅମାନୁଷିକତା ଏବଂ ବର୍ବରତା ଏହାକୁ ଏକ ବିରଳ ମାମଲାରେ ପରିଣତ କରେ।’
ଜଣେ ନବଜାତ ଶିଶୁକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ୨୪ ବର୍ଷୀୟ ଟ୍ରାନ୍ସଜେଣ୍ଡରଙ୍କ ବିରୋଧରେ ଚାଲିଥିଲା। ସେ ୨୦୨୧ ମସିହାରେ ମୁମ୍ବାଇର କାଫେ ପ୍ୟାରେଡ ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟାଇଥିଲେ। ଯେତେବେଳେ କୋର୍ଟ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ସଜ୍ଜା ଶୁଣାଇଥିଲେ, ତାଙ୍କ ମୁହଁରେ କୌଣସି ଭାବନା ନଥିଲା ଏବଂ ସେ ଚୁପ୍ ହୋଇ ଠିଆ ହୋଇଥିଲେ। ଏହି ଘଟଣାର ଶିକାର ହୋଇଥିବା ନବଜାତ ଶିଶୁ କନ୍ୟାର ପିତାମାତା ଏବଂ ଅନ୍ୟ ପରିବାର ସଦସ୍ୟ ଏହି ରାୟ ପରେ କୋର୍ଟରେ ପହଞ୍ଚିଥିଲେ। ଶିଶୁ କନ୍ୟାର ବାପା କହିଛନ୍ତି ଯେ ଏହି ମାମଲାରେ କୋର୍ଟରେ ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢ଼ିଛି। ଏହି ନିଷ୍ପତ୍ତିରେ ଆମେ ସନ୍ତୁଷ୍ଟ।
ତଦନ୍ତ ଅନୁଯାୟୀ, ଝିଅର ଜନ୍ମ ପରେ ଟ୍ରାନ୍ସଜେଣ୍ଡର ସାଧାରଣ ରୀତିନୀତି ଅନୁଯାୟୀ ଉପହାର ମାଗିବାକୁ ପରିବାର ନିକଟକୁ ଯାଇଥିଲେ। ତେବେ ପରିବାର ଲୋକେ ତାଙ୍କୁ କୌଣସି ସଗୁନ ଦେବାକୁ ମନା କରିଦେଇଥିଲେ। ଏହି ଅବସରରେ ସେ ତାଙ୍କ ପରିବାର ସହିତ ସେ ଝିଗଡା ମଧ୍ୟ କରିଥିଲେ। ଏହି କାରଣରୁ ସେ ଏହି ପରିବାର ଉପରେ କ୍ରୋଧିକ ହୋଇଥିଲା। ଦିନେ ପରିବାର ସଦସ୍ୟ ଶୋଇଥିବା ବେଳେ ସେ ଅତିଶୟ ଭାବରେ ଘରେ ପ୍ରବେଶ କରିଥିଲେ। ଏହାପେର ସେ ଶିଶୁ କନ୍ୟାଟିକୁ ଉଠାଇ ଦୁଷ୍କର୍ମ କରିଥିଲେ। ତା’ପରେ ସେ ତାଙ୍କୁ ହତ୍ୟା କରି ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲା। ଏହା ଏକ କୋଲ୍ଡ ବ୍ଲଡେଡ ମର୍ଡର ବୋଲି ପୋକସୋ କୋର୍ଟର ବିଚାରପତି କହିଛନ୍ତି।
ସେ କହିଛନ୍ତି ଯେ ଏହା ଏକ ଅପରାଧ ଯାହା କୌଣସି ଝିଅ ସନ୍ତାନର ପିତାମାତାଙ୍କୁ ଚକିତ କରିବ। ଅଭିଯୁକ୍ତର ମନ କେତେ ପରିମାଣରେ ବିଷାକ୍ତ ହୋଇଥିଲା ଏବଂ ତାଙ୍କ ମାନସିକତା କ’ଣ ହୋଇଥାଇପାରେ, ତାହା ମଧ୍ୟ ବୁଝିବା ବାହାରେ। ବିଚାରପତି କହିଛନ୍ତି ଯେ ଏହି ମାମଲା ମୃତ୍ୟୁଦଣ୍ଡ ପାଇଁ ଉପଯୁକ୍ତ ଅଟେ। ବିଚାରପତି କହିଛନ୍ତି ଯେ ଦୋଷୀ ଏପରି ଜଘନ୍ୟ ଅପରାଧ କରିବାକୁ ପୂର୍ବରୁ ଯୋଜନା କରିଥିଲା। ତା’ପରେ ଏକ ଭୟଙ୍କର ଢ଼ଙ୍ଗରେ ଏହା କରିଥିଲେ। ଏହି ଘଟଣାରେ ଝିଅର ମା ଅଭିଯୋଗ କରିଥିଲେ। ତେବେ କୋର୍ଟ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
