ଯବାନଙ୍କ ଗୁଳିରେ ୩ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀ ମୃତ : ହାଇ ଆଲର୍ଟ ଜାରି, କୁମ୍ବିଙ୍ଗ ଜୋରଦାର
ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ଼ ଦନ୍ତେବାଡ଼ା ଜିଲାରେ ଯବାନଙ୍କ ଗୁଳିରେ ତିନି ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀଙ୍କ ମୃତ୍ୟ ଘଟିଛି। ଅଦିବଲ ଓ କୁଞ୍ଜରସ ଜଙ୍ଗଲରେ ସୋମବାର ପୋଲିସର କୁମ୍ବିଙ୍ଗ ଅପରେସନ ଚାଲୁଥିବା ସମୟରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହେଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ପରେ ପୋଲିସ ସର୍ଚ୍ଚ ଅପରେସନରେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ ଦେହ ସମେତ ବିସ୍ପୋରକ, ବନ୍ଧୁକ ଓ ମାଓବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।
ମୃତ ମାଓବାଦୀମାନେ ହେଲେ କଟକଲ୍ୟାଣ ମାଓ ସଂଗଠନର ସଦସ୍ୟ ରାଜେ ମୁଚାକି। ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ସେହିପରି କେ ଏ ଏମ ସି ସଂଗଠନର ମୁଖ୍ୟ ଗୀତା ମାର୍କମ ଓ ସିଏନଏମ ମାଓବାଦୀ ସଂଗଠନର ମୁଖ୍ୟ ଜ୍ୟୋତି ରୂପ ଉଭୟଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସମ୍ପ୍ରତି ପୋଲିସ ପକ୍ଷରୁ ଏହି ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇ କୁମ୍ବିଙ୍ଗ ଜୋରଦାର କରାଯାଇଛି ।
