ଏଥର ପାକିସ୍ତାନ ଭାରତକୁ ପରାସ୍ତ କରିବ : ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ବହୁ ପ୍ରତିକ୍ଷିତ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ୨୦୧୯ ବିଶ୍ୱକପ ପରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ । ଆଜି ପର୍ଯ୍ୟନ୍ତ କୌଣସି ବିଶ୍ୱକପରେ ପାକିସ୍ତାନ ଭାରତକୁ ପରାସ୍ତ କରିପାରିନି । ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଅଧିନାୟକ ଇମ୍ରାନ ଖାନ କହିଛନ୍ତି କି ଏଥର ଏହା ଘଟିବ ନାହିଁ । ପାକିସ୍ତାନ ଏଥର ନିଶ୍ଚିତ ଭାବେ ଭାରତକୁ ପରାସ୍ତ କରିବ । ଏହି ଦଳ ଭାରତକୁ ପରାସ୍ତ କରିବାର ପ୍ରତିଭା ରହିଛି । ଇନସା ଆଲ୍ଲା ପାକିସ୍ତାନ ନିଶ୍ଚିତ ଭାବେ ଏହି ମ୍ୟାଚ୍ ଜିତିବ । ୫୦ ଓଭର ବିଶିଷ୍ଟ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାତୋଟି ମ୍ୟାଚ୍ ଖେଳାଯାଇଛି । ଭାରତ ସମସ୍ତ ମ୍ୟାଚ୍ ଜିତିଥିବାବେଳେ ଟି-୨୦ ବିଶ୍ୱକପ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ପାଞ୍ଚଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍ ବଲ୍ ଆଉଟ୍ ଦ୍ୱାରା ସ୍ଥିର ହୋଇଥିଲା । କିନ୍ତୁ ଭାରତ ମଧ୍ୟ ଜିତିଥିଲା ।
ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ କହିଛନ୍ତି ଯେ କ’ଣ ହୋଇଛି ତାହା କହିବାରେ କୌଣସି ଲାଭ ନାହିଁ ଏବଂ ଦଳର ସମସ୍ତ ଧ୍ୟାନ ଏହି ମ୍ୟାଚରେ ରହିବ । ବାବର ଆଜାମ କହିଛନ୍ତି ଯେ ଦଳ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି ଯେ ସେମାନେ ଭାରତ ବିପକ୍ଷରେ ବିଜୟ ପଞ୍ଜୀକରଣ କରିବା ପରେ ଫେରିବେ । ଆଜି ସନ୍ଧ୍ୟା ୭.୩୦ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
