ଚର୍ବି ହ୍ରାସ, ଚୁଟି ଝଡିବା ବନ୍ଦ, ମୁହଁ ଗୋରା ଆଦି ସବୁ ଜିନିଷ କରିବ କେବଳ ଏହି ଗୋଟିଏ ପତ୍ର ! ଜାଣନ୍ତୁ କେମିତି
ପ୍ରତିଦିନ ସକାଳୁ ସେବନ କରନ୍ତୁ ଏହି ପତ୍ର ଏବଂ ପାଆନ୍ତୁ ଜବରଦସ୍ତ ଫାଇଦା । ସାଧାରଣତ ଇଟିଲି ତରକାରୀ ଖାଇଲା ସମୟରେ ଆମ୍ଭେ ଯେଉଁ ଭୂଷଙ୍ଗ ପତ୍ର କୁ କାଢି ବାହାରକୁ ପକାଇ ଦେଇଥାଉ, ସେହି ପତ୍ର ସ୍ଵାଦ ରେ ଭରପୁର ହୋଇଥାଏ । ଏବଂ ଏହାକୁ କଞ୍ଚା ରେ ଖାଇବା କିଛି କଷ୍ଟକର କାର୍ଯ୍ୟ ମଧ୍ୟ ନୁହେଁ । ଏହାର କିଛି ପତ୍ର କୁ ଯଦି ଆପଣ ପ୍ରତିଦିନ ଖାଇବେ ତେବେ ଆପଣ ନିଜ ଓଜନ କୁ ନିଶ୍ଚିତ ଭାବରେ କମାଇ ପାରିବେ ।

ନିଜର ହଜମ କୁ ସଠିକ କରାଇ ପାରିବେ । ଏବଂ ଏହା ସହିତ ନିଜର ଚିନ୍ତା କୁ ମଧ୍ୟ ଦୂର କରିପାରିବେ । ଏହି ଭୂଷଙ୍ଗ ପତ୍ର କୁ ଛେଚି ଏହାର ପେଷ୍ଟ ପ୍ରସ୍ତୁତ କରି ଏହାକୁ ଯଦି ଆପଣ ନିଜ ଚୁଟି ରେ ଲଗାଇବେ । ତେବେ ନିଜର ଝଡୁଥିବା ଚୁଟି କୁ ମଧ୍ୟ ରୋକୀପାରିବେ । ଏହା ସହିତ ଏହି ପେଷ୍ଟ କୁ ଯଦି ଆପଣ ନିଜ ମୁହଁରେ ଲଗାଇବେ ତେବେ ମଧ୍ୟ ଆପଣ ନିଜ ମୁହଁ କୁ ଅତ୍ୟଧିକ ସୁନ୍ଦର କରିପାରିବେ ।
ତେବେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଓଜନ କମାଇବା ପାଇଁ କେତୋଟି ଭୂଷଙ୍ଗ ପତ୍ର ଖାଇବା ଦରକାର ? ମୁହଁ ର ବ୍ରଣ କୁ ଦୂର କରିବା ନିମନ୍ତେ କିପରି ପେଷ୍ଟ ପ୍ରସ୍ତୁତ କରିବା ? ଚୁଟି ଝଡିବାକୁ ରୋକିବାକୁ ହେଲେ ଏହି ପେଷ୍ଟ କୁ କିଭଳି ପ୍ରସ୍ତୁତ କରିବେ ? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ସଂପୂର୍ଣ୍ଣ ବିଷୟରେ ଜାଣିବା । ଭୂଷଙ୍ଗ ପତ୍ର ରେ ଏଭଳି କେଉଁ ଗୁଣ ଥାଏ ଯାହା ଆମ୍ଭ ଶରୀର ଉପରେ ପ୍ରଭାବ ପକାଇଥାଏ ?

ଏହି ଛୋଟ ଦେଖାଯାଉଥିବା ପତ୍ର ରେ ବହୁତ ସାରା ଭିଟାମିନ ରହିଥାଏ ଯଥା,- ଭିଟାମିନ-ଏ, ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଇ, କପର, ଧାତୁସାର, କ୍ୟାଲସିୟମ, ଫସଫରସ, ଶ୍ଵେତସାର, ଫାଇଭର, ମ୍ୟାଗ୍ନେସିୟମ, ଆଇରନ ଏବଂ ଅମିନୋ ଏସିଡ, ଏହି ପତ୍ର କୁ ଆପଣ କଞ୍ଚା ଖାଇ ପାରନ୍ତି ଏବଂ ଯଦି ଆପଣ ଚାହିଁବେ ଆପଣ ଏହାକୁ ସୁପ କିମ୍ବା ଜୁଷ କରି ସେଥିରେ ପକାଇ ସେବନ କରି ପାରିବେ ।
ଅଧିକାଂଶ ଏହାକୁ ଦକ୍ଷିଣ ଭାରତୀୟ ଲୋକମାନେ ନିଜର ତରକାରୀ ରେ ପକାଇ ସେବନ କରିଥାନ୍ତି । ଆପଣ ଏହି ଗଛ କୁ ନିଜ ଘରେ ମଧ୍ୟ ଲଗାଇ ପାରିବେ । ଏହି ପତ୍ର କୁ ଶୁଖାଇ ଏହାର ଶୁଖିଲା ପାଉଡର ମଧ୍ୟ ବ୍ୟବହାର କରାଯାଇଥାଏ ଯାହା କି ଅତି ସହଜରେ ବଜାରରେ ଉପଲବ୍ଧ ହୋଇଥାଏ । ମାତ୍ର ଯଦି ଆପଣ କଞ୍ଚା ପତ୍ର କୁ ବ୍ୟବହାର କରୁଛନ୍ତି ତେବେ ଏହାର ପ୍ରବାଭ ଅଧିକ ରହିଥାଏ ।

ଯଦି ଆପଣ ଓଜନ କମାଇବା ନିମନ୍ତେ ଚାହୁଁଛନ୍ତି ତେବେ ଆପଣ ଏହି ପତ୍ର କୁ ପ୍ରତିଦିନ ଏହିଭଳି ଭାବରେ ଖାଦ୍ୟରେ ବ୍ୟବହାର କରନ୍ତୁ, ଆପଣ ଦେଖିବେ ଆପଣଙ୍କ ଓଜନ ଖୁବ କମ ଦିନରେ କମିଯିବ । ଏହା ଆମ୍ଭ ଶରୀରର ସମସ୍ତ ଚର୍ବି କୁ ଦୂର କରିଥାଏ ଏବଂ ଆମ୍ଭ ଖାଦ୍ୟ କୁ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆପଣ ପ୍ରତିଦିନ ସକାଳେ ୫ ରୁ ୭ ଟି ପତ୍ର ଚୋବାଇ ଏହାପରେ ଏକ ଗ୍ଳାସ ଗରମ ପାଣି ସେବନ କରିବେ ତେବେ ଆପଣ ବହୁତ କମ ଦିନରେ ନିଜର ଓଜନ କମାଇ ପାରିବେ ।
