୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ, ଜାଣନ୍ତୁ ସବିଶେଷ ପ୍ରକ୍ରିୟା
ଟେକ୍ସାସ: ଭାରତରେ ବେରୋଜଗାର ହାର ବୃଦ୍ଧି ପାଉଥିବା ବେଳେ ଯୁବପିଢିଙ୍କ ପାଇଁ ଏକ ଖୁସି ଖବର ଆସିଛି। JPMorgan Chase & Co ପ୍ରାୟ ୨୦୦୦ ଇଂଜିନିୟରଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି। ଗୁରୁବାର ଏହି ସୂଚନା କମ୍ପାନୀର ମୁଖ୍ୟ ସୂଚନାଧିକାରୀ ଲୋରୀ ବୀର ଦେଇଛନ୍ତି। କୋରୋନା ସଙ୍କଟ ସତ୍ତ୍ୱେ ଆମେରିକାର ଏହି ବୃହତ ଟେକ୍ କମ୍ପାନୀ ଗତବର୍ଷ ୫୦୦୦ରୁ ଊର୍ଦ୍ଧ୍ୱ ସଫ୍ଟୱେର ଡେଭେଲୋପର ଓ ଡାଟା ସାଇଣ୍ଟିଷ୍ଟଙ୍କୁ ନିଯୁକ୍ତି ଦେଇଛି। ଯେଉଁ ସମୟରେ ଅଧିକାଂଶ କମ୍ପାନୀ ନିଯୁକ୍ତି ବନ୍ଦ କରିଛନ୍ତି କିମ୍ବା ଛଟେଇ କରୁଛନ୍ତି, ସେହି ସମୟରେ JPMorgan ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି।
ସମଗ୍ର ବିଶ୍ୱରେ JPMorgan Chase & Coର ପ୍ରାୟ ଦୁଇ ଲକ୍ଷ ୭୮ ହଜାର କର୍ମଚାରୀ ଅଛନ୍ତି। ସେମାନେ ୨୦ ପ୍ରତିଶତ ବ୍ୟାଙ୍କରେ ସେବା ପ୍ରଦାନ କରୁଛନ୍ତି। ଲୋରୀ ବୀର କହିଛନ୍ତି ଯେ, ବର୍ତ୍ତମାନ ମଧ୍ୟ JPMorgan ଲୋକଙ୍କୁ ନିଯୁକ୍ତି ଦେଉଛି। ନିକଟରେ ୫୦୦ ଜଣଙ୍କୁ ଇଂଜିନିୟରଙ୍କୁ କମ୍ପାନୀରେ ସାମିଲ କରାଯାଇଛି। ଏହା ନିବେଶକଙ୍କ ପାଇ ଏକ ସରୁକ୍ଷିତ ସ୍ଥାନ ଭାବେ ଉଭା ହୋଇଛି। JPMorgan କେବଳ ବ୍ୟାଙ୍କ ନୁହଁ, ସଫ୍ଟୱେର ଇଂଜିନିୟର, ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି ଓ କ୍ଲାଉଡ କମ୍ପ୍ୟୁଟିଂ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଦେଉଛି। ବର୍ତ୍ତମାନ ସିଲିକନ ଭ୍ୟାଲି, ଟେକ୍ସାସ, ଭାରତ ଭଳି ବଜାରରେ ଟେକ୍ନୋଲୋଜି ନିଯୁକ୍ତିର ଚାହିଦା ବଢିଛି। ସ୍ଥିତି ଏଭଳି ହୋଇଛି କି ଜଣକ ନିକଟରେ ଗୋଟିଏ ସମୟରେ ଏକାଧିକ ନିଯୁକ୍ତି ଅଫର ଆସୁଛି ବୋଲି ବୀର କହିଛନ୍ତି।
କିଛି ବର୍ଷ ହେଲା ବ୍ୟାଙ୍କ ନିଯୁକ୍ତିରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। କମର୍ସ ପରି ଇଂଜିନିୟ ମଧ୍ୟ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଯେଉଁ ବ୍ୟାଙ୍କର ଟେକ୍ନୋଲୋଜି ଯେତେ ବିକଶିତ ସେହି ବ୍ୟାଙ୍କ ସେତେ ଉନ୍ନତ। ଯହାକୁ ନିଶ୍ଚିତ କରିବାକୁ JPMorgan ଲକ୍ଷ୍ୟ ରଖିଛି। ଏଥିପାଇଁ କମ୍ପାନୀ ଚଳିତ ବର୍ଷ କେବଳ ଟେକ୍ନୋଲୋଜୀରେ ୧୪.୧ ବିଲିୟନ ଡଲାର ବିନିଯୋଗ କରିବ। ଏଥିରେ ମୋବାଇଲ ଆପର ଉନ୍ନତିକରଣ, ଇକମର୍ସରେ ପେମେଣ୍ଟ ସିଷ୍ଟମରେ ବିକାଶ, ଅତ୍ୟାଧୁନିକ ଇଫ୍ରାଷ୍ଟ୍ରକଚର ତିଆରି କରାଯିବ। ଆଗକୁ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରିବା ସମ୍ଭବ ନୁହଁ, ତେନୁ କମ୍ପାନୀ ଅନେକ ତୃତୀୟ ପକ୍ଷର ସହାୟତା ନେବ ବୋଲି କୁହାଯାଉଛି।
କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ଦ୍ରୁତ ସୁଧାର ହେଉଥିବାରୁ ମାର୍ଚ୍ଚରେ ସର୍ବଭାରତୀୟ ବେକାରୀ ହାର ୭.୬ ପ୍ରତିଶତକୁ ହ୍ରାସ ପାଇଛି। ଫେବ୍ରୁଆରିରେ ତାହା ୮.୧୦% ଥିଲା। ମାର୍ଚ୍ଚରେ ଓଡ଼ିଶାର ବେକାରୀ ହାର ୯.୭%କୁ ବୃଦ୍ଧି ପାଇଛି ଯାହା ଫେବ୍ରୁଆରି ମାସରେ ମାତ୍ର ୧% ଥିଲା। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ଫେବ୍ରୁଆରି ମାସରେ ଓଡ଼ିଶାର ବେକାରୀ ହାର ସାରା ଦେଶରେ ସର୍ବନିମ୍ନ ଥିଲା। ମାର୍ଚ୍ଚରେ ଏହା ୧୭ତମ ସ୍ଥାନରେ ରହି ଦୁର୍ବଳ ପ୍ରଦର୍ଶନ କରିଛି। ହରିଆଣାରେ ବେକାରି ହାର ସର୍ବାଧିକ ୨୬.୭ ପ୍ରତିଶତ ରହିଛି । ଏହା ପଛକୁ ୨୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଜସ୍ଥାନ ।
