ଏଣିକି ବିମାନଯାତ୍ରୀଙ୍କର ହେବ ଆରଟି-ପିସିଆର୍ ଟେଷ୍ଟ୍
ଭୁବନେଶ୍ୱର : ବିମାନରେ ଭୁବନେଶ୍ୱର ଆସୁଥିବା ସମସ୍ତ ଯାତ୍ରୀଙ୍କର ଆରଟି-ପିସିଆର୍ ଟେଷ୍ଟ୍ କରାଯିବ ବୋଲି ବିଏମ୍ସି ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍ ଆଇସୋଲେସନ୍ ରେ ରହିବେ । ଏହି ନିର୍ଦ୍ଦେଶ ଆସନ୍ତାକାଲିଠାରୁ ଲାଗୁ କରାଯିବ । ବିଏମ୍ ସି ପକ୍ଷରୁ ବିମାନବନ୍ଦରରେ ହିଁ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ୍ ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟ ଏବଂ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ପାଇଁ ଗାଇଡ୍ ଲାଇନ୍ ଜାରି କରିଛି ବିଏମ୍ସି ।
ଏହି ନିର୍ଦ୍ଦେଶ ଅନୁଯାୟୀ, ବିମାନ ଯାତ୍ରୀଙ୍କ ପାଇଁ ଆର୍ଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ବି ସେମାନଙ୍କର ଆରଟି-ପିସିଆର୍ ଟେଷ୍ଟ କରାଯିବ । ରିପୋର୍ଟ ଆସିବ ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍ ଆଇସୋଲେସନ୍ ରେ ରହିବେ । ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ ପ୍ରୋଟୋକଲ୍ ଅନୁଯାୟୀ ପରବର୍ତୀ ବ୍ୟବସ୍ଥା କରାଯିବ । ବିଏମ୍ସି ଅଂଚଳରେ ଗତ ୨୪ ଘଂଟାରେ ୪୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ଓ ଆଜି ମିଶାଇ ମୋଟ ୧୪ ଟି ସ୍ଥାନକୁ କେଂଟନ୍ମେଂଟ୍ ଜୋନ୍ ଘୋଷଣା କରାଯାଇଛି ।
