ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ! ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ
କଟକ : ବଡ ମେଡିକାଲ ପରିସରରୁ ମୋବାଇଲ ଚୋରି ଅଭିଯୋଗ ରେ ୧୩ବର୍ଷ ର ନାବାଳକ କୁ ତିନିଦିନ ଧରି ହାଜତ ରେ ରଖିଥିଲେ ଏସିବି ମେଡିକାଲ ଫାଣ୍ଡି ଅଧିକାରୀ । ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର ନାବାଳକ ଝାଡଖଣ୍ଡ ବୋଲି ଜଣାପଡିଛି। ଅନ୍ୟପଟେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ ଏହି ଶିଶୁଟିକୁ ଉଦ୍ଧାର କରିଛି। ଏନେଇ ପୋଲିସର ପତିକ୍ରିୟ ମିଳିପାରିନାହିଁ।
ସୂଚନା ଅନୁସାରେ, ମୋବାଇଲ ଚୋରି ଅଭିଯୋଗରେ ୧୨ ବର୍ଷର ଅଣ ଓଡ଼ିଆ ନାବାଳକକୁ ମେଡିକାଲ ଫାଣ୍ଡି ପୋଲିସ ଗତ ଶୁକ୍ରବାର ଦିନ ଧରିଥିଲା। ନାବାଳକକୁ ଫାଣ୍ଡିକୁ ଆଣି ମାଡ଼ ମରାଯିବା ସହ ହାଜତ ଭିତରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଫାଣ୍ଡିକୁ ଯାଇଥିଲେ। ସେଠାରେ ନାବାଳକକୁ ହାଜତ ଭିତରେ ରଖାଯାଇଥିବା ଦେଖି ତାଗିଦ୍ କରିବାରୁ ପୋଲିସ ତାକୁ ହାଜତ ବାହାରକୁ ଆଣିଥିଲା। ପୋଲିସ ନାବାଳକକୁ ପାଇପ୍ରେ ମାଡ଼ ମାରିଥିବା ନିଜେ ନାବାଳକ ଜଣକ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳକକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଆଜି ତାକୁ କୋର୍ଟରେ ହାଜର କରାଯିବ।
