ଫକୀରମୋହନ ଜୟନ୍ତୀ ପାଳନର ତୃତୀୟ ଦିବସ : କବିତା ଆସର ଓ ନାଟକ ‘ତା’ରି ଲାଗି’ ମଞ୍ଚସ୍ଥ
ବାଲେଶ୍ୱର : କବିତା ମଣିଷର ହୃଦୟକୁ ପ୍ଲାବିତ କରେ । ତା’ର ଛନ୍ଦ ସୌକର୍ଯ୍ୟ ଓ ଭାବଗାମ୍ଭୀର୍ଯ୍ୟ ଗୋଟିଏ ଜାତିର ସଂସ୍କୃତିକୁ ଉଜ୍ଜୀବିତ କରେ । ସାରଳା ଦାସଙ୍କଠୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜ, ରାଧାନାଥ ଓ ଆଜିର କବିମାନେ କବିତାର ରସିକପଣକୁ ପାସୋରି ନ ପାରି ସେଥିରେ ଆତ୍ମମଗ୍ନ ହୋଇଯାଇଛନ୍ତି ବୋଲି ଫକୀରମୋହନ ସାହିତ୍ୟ ପରିଷଦଦ୍ୱାରା ଆୟୋଜିତ ଫକରମୋହନ ଜୟନ୍ତୀର ତୃତୀୟ ଦିବସର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବକ୍ତାମାନେ ମତପୋଷଣ କରିଛନ୍ତି । ଉପସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କବିତା ଆସରରେ ମୁଖ୍ୟଅତିଥି ଭାବେ ସାହିତ୍ୟିକା ଅଞ୍ଜଳି ପଣ୍ଡା, ମୁଖ୍ୟବକ୍ତା ଭାବେ କବି ଡ. କୁଞ୍ଜବିହାରୀ ଧଳ, ସମ୍ମାନିତ ଅତିଥି ଭାବରେ ରଂଜନ ବାଗ ଓ ଡା. କୁମାର ଗୋପାଲ ଯୋଗ ଦେଇ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରାୟ ପଚାଶରୁ ଊର୍ଦ୍ଧ୍ୱଜଣ କବିଙ୍କର କବିତା କବି ସିତାଂଶୁ ଲେଙ୍କା ଓ ଜ୍ୟୋତ୍ସ୍ନା ରାୟଙ୍କ ସଂଯୋଜନାରେ ପାଠ କରାଯାଇଥିଲା ।
ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଥିବା ଚିତ୍ରକଳା, ଫକୀରମୋହନଙ୍କ କବିତାରୁ ଆବୃତ୍ତି ପ୍ରତିଯୋଗିତା, ଫକୀରମୋହନଙ୍କ ଜୀବନୀ ଓ ସାହିତ୍ୟରୁ ଜଣାଅଜଣା ପ୍ରତିଯୋଗିତା, ଅନିରୁଦ୍ଧ ପାଢ଼ୀଙ୍କ ପ୍ରଦତ୍ତ ତାଙ୍କର ପିତା ଓ ପତ୍ନୀଙ୍କ ସ୍ମୃତିରେ ଫକୀରମୋହନ ଓ ଗୋପବନ୍ଧୁଙ୍କ ସଂପର୍କିତ ପ୍ରବନ୍ଧ ପ୍ରତିଯୋଗିତା ତଥା ବିଜ୍ଞାନଭିତ୍ତିକ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜଣାଅଜଣାରେ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ, ଜଗାଇ; ବାଲିଆପାଳର ଜୟଶ୍ରୀ ଦାସ ଓ ସୁଭଦ୍ରା ପ୍ରମାଣିକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ସୁଚିସ୍ମିତା ନାୟକ ଓ ଅଲିଭା କର ତଥା ସିଦ୍ଧି ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଇକିଶନ ତ୍ରିପାଠୀ ଓ ରୁଦ୍ରନାରାୟଣ ସେଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲେ । ଗୋପବନ୍ଧୁଙ୍କ କବିତାରେ ଦେଶାତ୍ମବୋଧକତା ବିଷୟକ ପ୍ରବନ୍ଧରେ ପ୍ରଜ୍ଞାଭାରତୀ ସାହୁ, ଆଇଶା ସେନ୍ ଓ ସଂଜୀବ ସାହୁ, ଫକୀରମୋହନଙ୍କ କଥାସାହିତ୍ୟ ଓ ତତ୍କାଳୀନ ସମାଜ ବିଷୟକ ପ୍ରବନ୍ଧରେ ଶ୍ରେୟା ଦାସ, ସୁଶ୍ରୀ ବିଷ୍ଣୁପ୍ରିୟା ପୁହାଣ, ମୋନାଲିସା ପ୍ରଧାନ, ବିଦ୍ୟାଳୟସ୍ତରରେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ପ୍ରବନ୍ଧରେ ମୋନାଲି ବିଶ୍ୱାଳ, ଦେବାଶିକ କୁମାର ଦାସ ଓ ସତ୍ୟବ୍ରତ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ‘କ’ ବିଭାଗରେ ମୋନାଲିସା ପ୍ରଧାନ, ପ୍ରତ୍ୟୁଷା ପଣ୍ଡା ଓ ଋତୁରାଜ ପାଣିଗ୍ରାହୀ, ‘ଖ’ ବିଭାଗରେ କିରଣ କୁମାର ଦାଶ, ଅଙ୍କିତ ପାତ୍ର ଓ ସମୀର ବେହେରା ତଥା ‘ଗ’ ବିଭାଗରେ ଅର୍ଥଦର୍ଶୀ ନାୟକ, କୁମାର ସ୍ୱସ୍ତିକ ଓ ବର୍ଣ୍ଣାଳୀ ଘଡ଼େଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି କବିତା ଆବୃତ୍ତି ପ୍ରତିଯୋଗିତାରେ ‘କ’ ବିଭାଗରେ ପ୍ରୀତିରଂଜନ ପଣ୍ଡା, ଐଶାନୀ ପ୍ରଧାନ, କ୍ଷିତୀଶ ସାହୁ, ‘ଖ’ ବିଭାଗରେ ଶୁଭଶ୍ରୀ ନାୟକ, ଜସ୍ମିତା ମହାନ୍ତି, ଋତୁଶ୍ରୀ ଜେନା ଓ ‘ଗ’ ବିଭାଗରେ ଅଶ୍ଳେଷ ଓଜସ୍ୱୀ ସାମନ୍ତ, ଆୟୁଷ ଦେ ଓ ଶିବାନୀ ରାଉଳ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୂର୍ଯ୍ୟସ୍ନାତାଙ୍କୁ ବିଶେଷ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହିସବୁ ପ୍ରତିଯୋଗିତରେ ଚିତ୍ରଶିଳ୍ପୀ ଅରୁଣ ଜେନା, ସନ୍ତୋଷ ମହାରଣା, ଅରୁଣା ରାୟ, ବାସନ୍ତୀ ଦେ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ଆସରରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅତିଥିମାନଙ୍କର ମଞ୍ଚଆହ୍ୱାନ କରିଥିଲେ ଓ ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା ଓ ଉତ୍ସବକୁ ଡ. ଶିରୀଶ ଚନ୍ଦ୍ର ଜେନା, ଦୀପକ ବୋଷ, ଡ. ସାରଙ୍ଗଧର ତ୍ରିପାଠୀ, କଲ୍ୟାଣୀ ନନ୍ଦ, ତପନ ରାୟ, ରାଜେଶ ଗିରି ପ୍ରମୁଖ ପରିଚାଳନା କରିଥିଲେ ।
