ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ହସପିଟାଲାଇଜେସନ ବହୁତ କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ହସପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ ବେଡ୍ରେ ୯ ପ୍ରଶିଶତ ରୋଗୀ ଥିବା ବେଳେ ଆଇସିୟୁ ବେଡରେ ୧୫ ପ୍ରତିଶତ, ଭେଂଟିଲେଟରରେ ୫ରୁ ୬ ପ୍ରତିଶତ ରହିଛି । ପେଡ୍ରିଆଟିକ୍ ଆଡମିସନ ବହୁତ କମ୍ ରହିଥିବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ତୃତୀୟ ଲହରରେ ହସପିଟାଲ୍ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ୍ ରହିଛି । ବର୍ତ୍ତମାନ ରାଜ୍ୟରେ କିଛିଦେନ ହେବ ୧୦ରୁ ୧୧ ହଜାର ଭିତରେ ସଂକ୍ରମଣ ରହୁଛି । ଏହି ଟ୍ରେଣ୍ଡ୍ ସଂପର୍କରେ ଜାଣିବା ପାଇଁ ଅତିକମରେ ୧୦ରୁ ୧୫ ଦିନ ସମୟ ଦରକାର । ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ।
ସେହିପରି ଏନେଇ ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ, ହୋମ ଆଇସୋଲେସନକୁ ୫ ଦିନ କଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି। ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ। ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି ତାକୁ ମାନି ଚଳିବା ଦରକାର ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର କହିଛନ୍ତି।
