ୟୁକ୍ରେନରୁ ଭାରତୀୟଙ୍କୁ ଏବେ ଆଣିବାର କୌଣସି ଯୋଜନା ନାହିଁ: ବିଦେଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଶଙ୍କା ମଧ୍ୟରେ ବିପଦ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଯଥାଶୀଘ୍ର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ଭାରତ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ତୁରନ୍ତ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଫେରାଇ ଆଣିବାର କୌଣସି ଯୋଜନା ନାହିଁ ବୋଲି ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । କିନ୍ତୁ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଧ୍ୟାନ ରଖାଯାଉଛି ।
ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରବିନ୍ଦ ବାଗଚୀ କହିଛନ୍ତି ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ସଂଘର୍ଷକୁ କମ୍ କରିବାକୁ ପ୍ରୟାସ କରାଯାଉଛି । ୟୁକ୍ରେନ ରାଜଧାନୀ କୀବରେ ଭାରତୀୟ ଦୂତବାସ ଭାରତୀୟ ଛାତ୍ରଙ୍କ ସମ୍ପର୍କରେ ରହିଛନ୍ତି ।
