ବୁଷ୍ଟର ଡୋଜରୁ ସଂକ୍ରମଣ କମିବାର କୌଣସି ପ୍ରମାଣ ନାହିଁ: ବିଶେଷଜ୍ଞ
ନୂଆଦିଲ୍ଲୀ: ଭାରତରେ ଆଗାମୀ ବର୍ଷ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ଦଆଯିବ। ଏହାକୁ ପ୍ରୀ-କୋଶନ ଡୋଜ୍ ମଧ୍ୟ କୁହାଯାଉଛି ଯାହାକି କରୋନା ବିରୋଧରେ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବ। ଏହା ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ଦିଆଯିବ। ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇବା ସହ ଅନାବଶ୍ୟକ ବୋଲି କହିଛନ୍ତି। ସେମାନଙ୍କ କହିବାନୁସାରେ, ଯେଉଁ ଦେଶରେ ବୁଷ୍ଟର ଡୋଜ୍ ଦିଆଯାଇଛି ସେଠାରେ କରୋନା ମାମଲା ସହ ଓମିକ୍ରୋନ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି।
ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନର ଅଧ୍ୟକ୍ଷ ସଞ୍ଜୟ ରାୟ ସରକାରଙ୍କ କରୋନା ଭ୍ୟାକ୍ସିନର ଆଉ ଏକ ଡୋଜ ନିଷ୍ପତ୍ତିକୁ ନେଇ ଚକିତ ଅଛନ୍ତି। ଶ୍ରୀ ରାୟଙ୍କ ମୁତାବକ, ଔଷଧ ଓ ଭ୍ୟାକ୍ସିନର ପଦକ୍ଷେପ ସାଇଣ୍ଟିଫିକ ପ୍ରମାଣ ଆଧାରରେ ହେବା ଉଚିତ। ବୁଷ୍ଟର ଡୋଜରୁ ଲୋକଙ୍କୁ ଲାଭ ମିଳିବ, ଶରୀରରେ ଆଣ୍ଟିବଡି ହେବ ଓ ସଂକ୍ରମଣ କମିବାର କୌଣସି ପ୍ରମାଣ ନାହିଁ।
