ଶୀତ ଦିନେ କେଶର ନାନା ସମସ୍ୟା ଦେଖା ଦେଇଥାଏ! ଯତ୍ନ ପାଇଁ ଜାଣନ୍ତୁ ଘରୋଇ ଉପଚାର
ଶୀତ ଦିନ ଆରମ୍ଭ ହୋଇ ଗଲାଣି। ଏହି ଦିନରେ କେଶର ନାନା ସମସ୍ୟା ଦେଖା ଦେଇଥାଏ। କାରଣ ଏହି ଦିନରେ କେଶ ଅଧିକ ଶୁଷ୍କ ହୋଇଥାଏ। କେଶ ଝଡ଼ିବା ହେଉ କି କେଶରେ ରୁପି ହେବା କଥା ହେଉ ଏନେଇ ପ୍ରାୟ ଲୋକ ଚିନ୍ତିତ ଥାଆନ୍ତି। ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। । ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ରହିଛି। ସପ୍ତାହରେ ଗୋଟିଏ ଦିନ ଗରମ୍ ନଡିଆତେଲ କିମ୍ବା ବାଦାମ ତେଲ ଚୁଟିରେ ମାଲିଶ୍ କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ବାରା ରକ୍ତ ସଞ୍ଚରଣ ଠିକ୍ ଭାବେ ହୋଇଥାଏ। ଏହା ସହିତ କେଶର ରୁକ୍ଷତା ଦୂର ହୋଇଥାଏ।
ଶୀତ ଦିନେ ସମ୍ପୋ କରି ସାରିବା ପରେ ଭଲ ଭାବେ କଣ୍ଡିସନର ଲଗେଇବା ଆବଶ୍ୟକ। ଏହା ଦ୍ବାରା କେଶର ରୂକ୍ଷତା ଦୂର ହୋଇଥାଏ। ଏବଂ କେଶ ନରମ ମଧ୍ୟ ରହିଥାଏ। ଶୀତ ଦିନେ ପ୍ରତି ଦିନ କେଶ ଧୋଇବା ଉଚିତ୍ ନୁହେଁ। କାରଣ ଶୀତ ଦିନେ ପ୍ରତିଦିନ କେଶ ଧୋଇଲେ କେଶ ମୂଳରେ ଥିବା ପ୍ରାକୃତିକ ତେଲ ଶୁଖି ଯାଇଥାଏ ଏବଂ କେଶ ଅଧିକ ଝଡିଥାଏ।
ସେହିପରି କେଶ ପାଇଁ ପୃଷ୍ଟିକର ଖାଦ୍ୟର ନହାତି ଆବଶ୍ୟକତା ରହିଛି । କିନ୍ତୁ ସଠିକ୍ ଖାଦ୍ୟ ନ ଖାଇଲେ କେଶରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ । ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ । ତେବେ ଆସନ୍ତୁ ଜଣିବା, କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ ।
କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ବାଦାମ । ଅଖରୋଟ, ବ୍ରାଜିଲ ନଟ, ବାଦାମ ଆଦି କେଶ ପାଇଁ ଲାଭଦାୟକ ଅଟେ । କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ପାଳଙ୍ଗ। ଏହା କେଶ ପାଇଁ ଲାଭଦାୟକ ଅଟେ । କେଶ ବଢିବାରେ ସାହାଯ୍ୟ କରେ ପାଳଙ୍ଗ । କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଫଳ । ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ସାମିଲ କରନ୍ତୁ ଯାହା ସୁସ୍ଥ କେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜାମୁକୋଳି, ଚେରି, ଅଙ୍ଗୁର, କମଳା ଆଦି ଫଳରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା କେଶର ଫୋଲିକଲ୍ସକୁ ମୁକ୍ତ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଯାହା କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ ।
କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ମାଛ । ଯେଉଁ ମାଛରେ ଆବଶ୍ୟକୀୟ ଫ୍ୟାଟି ଏସିଡ, ଓମେଗା -୩ ଏବଂ ଭିଟାମିନ୍ ଡି ରହିଛି ସେହି ମାଛ ଖାଇବା ଉଚିତ । ଫ୍ୟାଟି ଏସିଡ ଯୁକ୍ତ ମାଛରେ ପ୍ରୋଟିନ୍, ସେଲେନିୟମ୍ ଏବଂ ବି ଭିଟାମିନ୍ର ଏକ ଉତ୍ତମ ଉତ୍ସ ରହିଛି, ଯାହା କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଅଣ୍ଡା । ଅଣ୍ଡାରେ ବିଭିନ୍ନ ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି । ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କେଶ ଝଡ଼ିବା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କମ୍ ପ୍ରୋଟିନ ଯୁକ୍ତ ଖାଦ୍ୟ କେଶ ବଢ଼ିବାରେ ରୋକିଥାଏ । ଫଳରେ କେଶ ଦୁର୍ବଳ ହୋଇ ଝଡିଥାଏ ।
