ଏହି ମାସରୁ ଏହି ମାସ ପର୍ଯ୍ୟନ୍ତ ରହିଛି ବିବାହ, ନିଶ୍ଚିତ ଜାଣି ନିଅନ୍ତୁ ନଚେତ ସମସ୍ୟାରେ ପଡ଼ି ପାରନ୍ତି
ନୂଆଦିଲ୍ଲୀ : ହିନ୍ଦୁ ଧର୍ମ ଏବଂ ପରମ୍ପରାରେ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ଅନୁଯାୟୀ ଭିନ୍ନ ଭିନ୍ନ ଶୁଭ ମୁହୂର୍ତ୍ତ ରହିଥାଏ । ଛୋଟ ବଡ଼ କାର୍ଯ୍ୟ ଆରମ୍ଭ କରିବା ପାଇଁ ମଧ୍ୟ ଲୋକେ ଶୁଭ ମୁହୂର୍ତ୍ତ କେତେବେଳେ ଅଛି ତାହା ଦେଖିଥାନ୍ତି । କାରଣ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର , ବାସ୍ତୁ , ଗ୍ରହ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ତେଣୁ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖା ଯାଇଥାଏ ।
ଏହିସବୁ କାର୍ଯ୍ୟ ମଧ୍ୟରୁ ଆଉ ଏକ କାର୍ଯ୍ୟ ରହିଛି ବିବାହ । ବିବାହ ପାଇଁ ପ୍ରତ୍ୟେକ ଅନୁଷ୍ଠାନ ପାଇଁ ଶୁଭ ମୁହୂର୍ତ୍ତ ଦେଖା ଯାଇଥାଏ । ଚଳିତ ବର୍ଷ ଜୁଲାଇ ୨୦ ଠାରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରହିଛି । କାରଣ ଦେବ ଶୟନ ଏକାଦଶୀ ଠାରୁ ଦେବୋସ୍ଥାନ ଏକାଦଶୀ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରହିଥାଏ । କିନ୍ତୁ ନଭେମ୍ବର ୧୫ ଠାରୁ ସମସ୍ତ ଶୁଭ କାର୍ଯ୍ୟ ର ଆୟୋଜନ କରାଯାଇ ପାରିବ , କାରଣ ନଭେମ୍ବର ୧୫ ତାରିଖରେ ଏକାଦଶୀ ତିଥି ରହି ଥିବାରୁ ତୁଳସୀ ବିବାହର ଆୟୋଜନ କରାଯାଇଛି । ତେଣୁ ଏହିଠାରୁ ହିଁ ଶୁଭ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ।
ବିବାହ ସମ୍ବନ୍ଧରେ କହିବାକୁ ଗଲେ ପ୍ରତ୍ୟେକ ବର୍ଷ ନଭେମ୍ବର ଠାରୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ବିବାହର ଅନେକ ଶୁଭ ମୁହୂର୍ତ୍ତ ରହିଥାଏ । ଚଳିତ ବର୍ଷ ନଭେମ୍ବର ମାସ ଠାରୁ ଆସନ୍ତା ବର୍ଷ ଅପ୍ରେଲ ମଧ୍ୟରେ ୪୫ ଟି ଶୁଭ ବିବାହ ଯୋଗ ରହିଛି । ଯଥା :-
୧ . ନଭେମ୍ବର :-
ନଭେମ୍ବର ୨୦୨୧ ରେ ଥିବା ବିବାହ ର ଶୁଭ ମୁହୂର୍ତ୍ତ ହେଉଛି ୧୫ , ୧୬ , ୨୦ , ୨୧ , ୨୨ , ୨୮ , ୨୯ ଓ ୩୦ ।
୨ . ଡିସେମ୍ବର :-
ଡିସେମ୍ବର ୨୦୨୧ ଥିବା ଶୁଭ ମୁହୂର୍ତ୍ତ ଗୁଡ଼ିକ ହେଉଛି ୧ , ୨ , ୬ , ୭ , ୮ , ୯ , ୧୧ ଓ ୧୩ ।
୩ . ଜାନୁୟାରୀ :-
ଜାନୁଆରୀ ମାସରେ ୪ ଟି ଶୁଭ ମୁହୂର୍ତ୍ତ ରହିଛି ଯଥା ୨୨ , ୨୩ , ୨୪ ଓ ୨୫ ।
୪ . ଫେବୃଆରୀ :-
ଫେବୃଆରୀ ମାସର ଶୁଭ ମୁହୂର୍ତ୍ତ ଗୁଡ଼ିକ ହେଉଛି ୫ , ୬ , ୭ , ୯ , ୧୦ , ୧୧ , ୧୨ , ୧୮ , ୧୯ , ୨୦ ଓ ୨୨ ।
୫ . ମାର୍ଚ୍ଚ :-
ମାର୍ଚ୍ଚ ମାସରେ ମାତ୍ର ଦୁଇଟି ଶୁଭ ମୁହୂର୍ତ୍ତ ରହିଛି ଯଥା ୪ ଏବଂ ୯ ।
୬ . ଏପ୍ରିଲ :-
ଏହି ମାସରେ ୧୧ ଟି ଶୁଭ ମୁହୂର୍ତ୍ତ ରହିଛି ଯଥା ୧୪ , ୧୫ , ୧୬ , ୧୭ , ୧୯ , ୨୦ , ୨୧ , ୨୨ , ୨୩ , ୨୪ ଓ ୨୭ ।
ତେଣୁ ହିନ୍ଦୁ ପରମ୍ପରା ଅନୁଯାୟୀ ଏହିସବୁ ଶୁଭ ମୁହୂର୍ତ୍ତରେ ବିବାହ ଭଳି ଶୁଭ କାର୍ଯ୍ୟ କରାଯିବା ନିତାନ୍ତ ଜରୁରୀ ଅଟେ ।
