ବିନା ତକିଆରେ ଶୋଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ୫ଟି ବଡ଼ ଲାଭ! ଦୂର ହେଇଥାଏ ବିଭିନ୍ନ ସମସ୍ୟା, ଆସନ୍ତୁ ଜାଣିବା ଏହା କ’ଣ କ’ଣ
ବିନା ତକିଆରେ ଶୋଇବା ଦ୍ୱାରା ଶରୀରର ଅନେକ ଦରଜ ଦୂର ହେଇଥାଏ । ଯେଉଁ ଲୋକଙ୍କର ପିଠି ଓ ଅଂଟା ଦରଜ ପରି ସମସ୍ୟା ରହିଛି ସେହି ଲୋକେ ବିନା ତକିଆ ରେ ଶୋଇବା ଦ୍ୱାରା ଏହି ସମସ୍ୟା ଦୂର ହେଇଥାଏ । କାରଣ ଶୋଇବାର ଭୁଲ ଉପାୟ ଦ୍ୱାରା ହିଁ ଏହି ସମସ୍ୟା ଆରମ୍ଭ ହେଇଥାଏ । ତକିଆ ଦେଇ ଶୋଇବା ଦ୍ୱାରା ମେରୁଦଣ୍ଡ ହାଡ଼ ବଙ୍କା ହେଇଯାଇଥାଏ ଯାହାକି ଆପଣଙ୍କର ନାନା ପିଡାର କାରଣ ହେଇଥାଏ । ବିନା ତକିଆରେ ଶୋଇବା ଦ୍ୱାରା ରକ୍ତ ସଂଚାଳନ ଠିକରେ ହେଇଥାଏ ଓ ତ୍ୱଚା ଜନିତ କୌଣସି ସମସ୍ୟା ଦେଖିବାକୁ ମିଳି ନ ଥାଏ ।
ରକ୍ତ ସଂଚାର ଠିକରେ ହେଇଥାଏ :
ସଠିକ ଭାବ ରେ ନ ଶୋଇବା ଦ୍ୱାରା ରକ୍ତ ସଂଚାର ମଧ୍ୟ ଠିକ ରେ ହେଇନଥାଏ । ଯାହା ଦ୍ୱାରା କି କାନ୍ଧ ବେକ ଆଦି ଦରଜ ଅନୁଭବ ହେଇଥାଏ । ତେଣୁ ଯଦି ଆପଣ ଶୋଇବା ସମୟ ରେ ତକିଆ ର ବ୍ୟବହାର ନ କରନ୍ତି ତେବେ ଏହା ର ପ୍ରଭାବ ଶରୀର ଉପରେ ଦେଖିପାରିବେ ଓ ସବୁ ଦରଜ ସମସ୍ୟା ଦୂର ହେଇଥାଏ।
ମସ୍ତିଷ୍କ ଉପରେ ପଡିଥାଏ ପ୍ରଭାବ :
ଅନେକ ଲୋକେ ଶୋଇବାକୁ ତକିଆ ବ୍ୟବହାର କରିଥାନ୍ତି କିନ୍ତୁ ଏହି ଲୋକ ଙ୍କ ମୁଣ୍ଡ ରେ ଅଧିକ ପ୍ରେସର ପଡିଥାଏ । ଯାହା ଦ୍ୱାରା କି ମାନସିକ ବିକାଶ ଠିକ ରେ ହେଇ ନ ଥାଏ । ବିନା ତକିଆ ରେ ଶୋଇବା ଦ୍ୱାରା ମସ୍ତିଷ୍କ ଉପରେ ବେଶୀ ପ୍ରଭାବ ପଡି ନ ଥାଏ ।
ମୁଖ ବ୍ରଣ :
ଚେହେରା ର ବ୍ରଣ ମଧ୍ୟ ଏକ ବଡ଼ ସମସ୍ୟା ହେଇଥାଏ । ତ୍ୱଚା ର ଚିକଣ ଧୂଳି ଆଦି ଦ୍ୱାରା ଆପଣ ତକିଆରେ ମୁହଁ ରଖି ଶୋଇବା ଦ୍ୱରା ଏହି ଧୂଳି ଆପଣଙ୍କ ଚେହେରାରେ ଲାଗି ବ୍ରଣ ପରି ସମସ୍ୟା ଆରମ୍ଭ କରିଥାଏ । ତେଣୁ ବିନା ତକିଆ ରେ ଶୋଇବା ଦ୍ୱାରା ବ୍ରଣ ପରି ସମସ୍ୟା ମୁହଁ ରେ ଦେଖିବାକୁ ମିଳି ନ ଥାଏ ।
ତ୍ୱଚା ମଜବୁତ ରହିଥାଏ :
ତକିଆରେ ଗୋଟେ ସାଇଡରେ ଅଧିକ ସମୟ ଚେହେରାକୁ ରଖି ଶୋଇବା ଦ୍ୱାରା ତ୍ୱଚା ଖରାପ ହେଇଥାଏ । ଯାହା କି ଏକ ବଡ଼ ସମସ୍ୟାର କାରଣ ହେଇଥାଏ । କାରଣ ଘଣ୍ଟା ଘଣ୍ଟା ତକିଆ ରେ ତ୍ୱଚା ଚିପି ହେଇ ରହିବା ଦ୍ୱାରା ରକ୍ତ ସଂଚାର ଠିକ ରେ ହେଇ ନ ଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।




