ଦେଶରେ ଆଉ ୧୦୨୭୩ ସଂକ୍ରମିତ ଓ ୨୪୩ ମୃତ
ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ। ୪ ଲକ୍ଷର ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧୦ ହଜାର ତଳକୁ ଖସିଛି । ମାତ୍ର ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଶହ ପରି କରିଛି ।
India reports 10,273 fresh #COVID19 cases, 20,439 recoveries, and 243 deaths in the last 24 hours.
— ANI (@ANI) February 27, 2022
Active case: 1,11,472 (0.26%)
Daily positivity rate: 1.00%
Total recoveries: 4,22,90,921
Death toll: 5,13,724
Total vaccination: 1,77,44,08,129 pic.twitter.com/Qtyuy9lm72
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ରବିବାର ଦେଶରେ ଆଉ ୧୦୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୪୩ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୧୪୭୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୨ ଲକ୍ଷ ୯୦ ହଜାର ୯୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫ ଲକ୍ଷ ୧୩ ହଜାର ୭୨୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
