ଅପହରଣ ସନ୍ଦେହରେ ସୋରର ଯୁବକଙ୍କୁ ଉଠେଇ ନେଲା ‘ତେଗଡ଼ ପୁଲିସ
ସୋର : ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗ୍ରାମର ଜଣେ ଯୁବକ ନୟାଗଡ ଜିଲା ‘ତେଗଡ଼ ଥାନା ବାଦଭୂଇଁ ଗ୍ରାମର ଜଣେ ମହିଳାଙ୍କୁ ଅପହରଣ କରିଥିବା ସନ୍ଦେହରେ ‘ତେଗଡ଼ ପୁଲିସ ଯୁବକ ଜଣଙ୍କୁ ଉଠାଇ ନେଇଥିବା ଜଣା ପଡିଛି । ବାଦଭୂଇଁ ଗ୍ରାମର ସର୍ବେଶ୍ୱର ସାହୁଙ୍କ ପତ୍ନୀ ଆରତୀ ନିଖୋଜ ହୋଇଯାଇଥିବା ନେଇ ସର୍ବେଶ୍ୱର ‘ତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଥିବା ସମୟରେ ମୋବାଇଲ ଟ୍ରାକିଙ୍ଗ୍ ଜରିଆରେ ମହିଳାଙ୍କ ମୋବାଇଲକୁ ସୋର କମରପୁର ଗ୍ରାମର ରଞ୍ଜନ ସେଠୀ (କାହ୍ନା) (୨୩) ବିଭିନ୍ନ ସମୟରେ କଥା ହୋଇଥିବା ଜାଣିବାକୁ ପାଇଥିଲେ । ‘ଳରେ ‘ତେଗଡ଼ ପୁଲିସ ସୋର ଥାନାରେ ପହଞ୍ଚିି ଶ୍ରୀଧରକୁ ଠାବ କରିଥିଲେ । ସୋର ପୁଲିସ ସହାୟତାରେ ‘ତେଗଡ ପୁଲିସ ରଞ୍ଜନର ଘରେ ଚଢ଼ାଉ କରି ମହିଳାକୁ ପାଇ ନଥିବା ବେଳେ ରଞ୍ଜନକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସଠିକ୍ ତଥ୍ୟ ନପାଇବାରୁ ‘ତେଗଡ଼ ଥାନାକୁ ନେଇ ଯାଇଥିବା ଜଣାପଡିଛି ।
