ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା
ଅନୁଗୁଳ : ଅନୁଗୁଳ ଡେରେଜାଙ୍ଗ ଡ୍ୟାମ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ଅତି ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହେଲେ ରନ୍ତଲେଇ ଗାଁର ଜଗନ ସେନାପତି। ତେବେ ତାଙ୍କୁ କିଏ ଓ କାହିଁକି ଏଭଳି ଜଘନ୍ଯ ଭାବେ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଅନଗୁଳ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବାର ସହ ସହ ତଦନ୍ତ ଆରମ୍ଭ କରିଛି।
