ସେନା ଦିବସରେ ପ୍ରଦର୍ଶିତ ହେଲା ବିଶ୍ବର ବୃହତ୍ତମ ଖଦି ନିର୍ମିତ ତ୍ରିରଙ୍ଗା
ଜୈସଲମେର: ଭାରତୀୟ ସ୍ଥଳସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା । ରାଜସ୍ଥାନର ଲୋଙ୍ଗେୱାଲାଠାରେ ଭାରତ-ପାକିସ୍ଥାନ ସୀମାରେ ଖଦିରୁ ନିର୍ମିତ ସର୍ବବୃହତ୍ ଜାତୀୟ ପତାକା ସ୍ମାରକୀ ଉତ୍ତୋଳନ ହୋଇଛି। ଏହି ସ୍ଥାନଟି ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର କେନ୍ଦ୍ରବିନ୍ଦୁ ଥିଲା।
ସାଉଥ୍ କମାଣ୍ଡର ଜୈସଲମେର ମିଲିଟାରୀ ଷ୍ଟେସନରେ ଉକ୍ତ ୨୨୫x୧୫୦ ଫୁଟ ଆକାରର ପତାକା ଉତ୍ତୋଳନ ହୋଇଛି। ଏହି ପତାକାରେ ୪୫୦୦ ମିଟର କପଡା ଓ ହାତବୁଣା ଖଦି ସୂତା ବ୍ୟବହାର କରାଯାଇଛି। ଏହାର କ୍ଷେତ୍ରଫଳ ୩୩, ୬୫୦ ବର୍ଗଫୁଟ ଆୟତନର । ଏଥିସହ ପତାକାରେ ଥିବା ଅଶୋକଚକ୍ରର ବ୍ୟାସ ୩୦ଫୁଟ। ଏହାର ଓଜନ ପ୍ରାୟ ୧୪୦୦ କିଲୋଗ୍ରାମ୍ ବୋଲି ଜଣାପଡ଼ିଛି।
