ପୋଖରୀରେ ପଡ଼ି ମହିଳା ମୃତ
ନୀଳଗିରି : ନୀଳଗିରି ବ୍ଲକ ସଜନାଗଡ଼ ପଂଚାୟତ ଭାଲୁକାଶୁଣି ଗ୍ରାମରେ ଜନୈକା ମହିଳା ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଉକ୍ତ ଗ୍ରାମର ଭଗବାନ ସିଂଙ୍କ ପତ୍ନୀ ଝୁୁମୁରି ସିଂ (୪୫) ନିକଟସ୍ଥ ପୋଖରୀକୁ ଶନିବାର ସକାଳ ପ୍ରାୟ ୯ଟା ସମୟରେ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟ ପରେ ଘରକୁ ନ ଆସିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପୋଖରୀ ହୁଡ଼ାରେ ତାଙ୍କର ଲୁଗା ପଡ଼ିଥିଲେ ମଧ୍ୟ ଝୁମୁରିଙ୍କର ଖୋଜଖବର ନ ଥିଲା । ଆଜି ରବିବାର ପରିବାର ଲୋକେ ନୀଳଗିରି ଥାନାରେ ଜଣାଇଥିଲେ । ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ଅଗ୍ନିଶମ ବିଭାଗ ପୋଖରୀ ନିକଟରେ ପହଂଚି ଝୁୁମୁରି ସିଂ ଙ୍କ ମୃତ ଦେହ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ । ମୃତ ଦେହକୁ ଶବବ୍ୟବଚ୍ଛେଦ ପାଇଁ ନୀଳଗିରି ହସପିଟାଲକୁ ପଠାଇଥିବା ଜଣାଯାଇଛି ।
