ଅଜଣା ରୋଗୀଙ୍କୁ ରକ୍ତଦାନ କଲେ ମହିଳା
କୋଣାର୍କ : ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାମୁଣ୍ଡି ଗ୍ରାମର ଶଶିମଣି ପରିଡ଼ା କଟକ ବଡ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅପରେସନ ପାଇଁ ଅଧିକ ରକ୍ତ ଆବଶ୍ୟକତା ଓ ନମିଳିବାରୁ କୋଣାର୍କ ସୁତନ ଗ୍ରାମର ସମାଜସେବୀ ସୁଚିତ୍ରା ପ୍ରଧାନ ନିଜର ବହୁମୂଲ୍ୟ ରକ୍ତଦାନ କରି ଜୀବନଦାତା ସାଜିଛନ୍ତି । ନିଜର ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଥିବା ବେଳେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାମୁଣ୍ଡି ଗ୍ରାମର ଶଶିମଣି ପରିଡ଼ା ଥାଇରୟଡ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅପରେସନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଏଣୁ ୫ ଟି ରକ୍ତର ଆବଶ୍ୟକତା ରହିଛି । ରକ୍ତ ମିଳୁ ନଥିବା ବେଳେ ଅସହାୟ ପରିବାର ସମସ୍ୟାକୁ ଗୁରୁତ ଭାବି ସମାଜସେବୀ ସୁଚିତ୍ରା ପ୍ରଧାନ ନିଜେ ରକ୍ତଦାନ କରିଛନ୍ତି । ତାଙ୍କର ଏପରି ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରଯାଇଛି ।
