ଡିସେମ୍ବର ପହିଲାରୁ ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ଏହି ଅଧିବେଶନରେ ମୋଟ ୨୬ ଟି କାର୍ଯ୍ୟଦିବସ ରହିଛି । ୫ଟି ଛୁଟି ଦିନ ମଧ୍ୟରେ ୪ ଟି ରବିବାର ଓ ଗୋଟିଏ ଦିନ ବଡଦିନ ପାଇଁ ଛୁଟି ରହିବ । ଅଧିବେଶନର ପ୍ରଥମ ଦିନରେ ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ଥିବା ବେଳେ ୭ , ୮ ଓ ୯ ତାରିଖରେ ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ହେବ । ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ ।
