ବାଲେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବାଳାଶ୍ରମ ଟିକାକରଣ ସହାୟତା କେନ୍ଦ୍ର ଉଦଘାଟିତ
ବାଲେଶ୍ୱର : ଟିକାକରଣରେ ଗତି ଆଣିବା ଓ ଲୋକଙ୍କ ସହାୟତା ନିମନ୍ତେ “ସେବାହିଁ ସଂଗଠନ” ଆଧାରରେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଏକ ଏକ ସହାୟତା କେନ୍ଦ୍ର ବିଜେପି ପକ୍ଷରୁ ଆୟୋଜିତ ହେଉଛି। ସେହି କ୍ରମରେ ଗୁରୁବାର ବାଲେଶ୍ୱର ଜିଲା ସହଦେବଖୁଣ୍ଟା ବାଳାଶ୍ରମ ନିକଟରେ ଥିବା ଟିକାକରଣ କେନ୍ଦ୍ର ନିକଟରେ ଏକ ସହାୟତା କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। ଉକ୍ତ ସହାୟତା କେନ୍ଦ୍ରରୁ ଟିକା ନେବାପାଇଁ ଆସୁଥିବା ଲୋକଙ୍କୁ ସୂଚନା, ପାନୀୟ ଜଳ, ମାସ୍କ ଇତ୍ୟାଦି ଯୋଗାଇ ଦିଆଯିବ। ତତସହିତ ଦିବ୍ଯାଙ୍ଗଙ୍କୁ ନେବା ଆଣିବାର ବ୍ୟବସ୍ଥା ରହିଛି।
କେନ୍ଦ୍ରମନ୍ତ୍ରୀ ଟିକାକରଣ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଲୋକଙ୍କ ଓ ଟୀକାକରଣରେ ନିୟୋଜିତ ଥିବା କର୍ମଚାରୀଙ୍କ ସହିତ ସୁବିଧାଅସୁବିଧା ପଚାରି ବୁଝିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲା ଟିକାକରଣ ସହାୟତା କେନ୍ଦ୍ର ସଂଯୋଜକ ଶୁଭଙ୍କର ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିତେନ୍ଦ୍ର ପ୍ରହରାଜ, ପିଙ୍କୁ ନନା ,ବେଣୁ ନନା, ଦେବବ୍ରତ ମିଶ୍ର, ଲାଲୁ ରାଜ ବଂଶୀ, ବୁବୁନ୍ ସହା, ଲିବ୍ଲୁ, ନମିତା ଦାସ, ଜୀବନ ପାତ୍ର, ରାଜେଶ୍ ମହାପାତ୍ର, ମୁନା ମହାନ୍ତ, ଜିଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
