ପୁରୀ ବେଳାଭୂମିରେ କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର
- ଲାଇଟ୍ ହାଉସ୍ ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟି
ପୁରୀ : ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର। ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି। ଲାଇଟ୍ ହାଉସ୍ ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଥିଲା। ସକାଳୁ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ପରେ କଳା ହାଣ୍ଡିଆ ମେଘ ମାଡ଼ି ଆସିବା ସହ ତୁହାକୁ ତୁହା ବର୍ଷା ହୋଇଥିଲା। ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଆହୁରି ଅଶାନ୍ତ ରହିବା ସହ ବେଳାମାର୍ଗକୁ ଅଧିକ କ୍ଷତି କରିବା ଆଶଙ୍କା ରହିଛି। ଆଜି ଅଶାନ୍ତ ସମୁଦ୍ର ଜୁଆର ସ୍ୱର୍ଗଦ୍ୱାରର ବହୁ ନିକଟରେ ଲହଡ଼ି ଭାଙ୍ଗିଥିଲା। ମଙ୍ଗଳା ମୁହାଣରେ ଏହା ଅଧିକ ଆଗକୁ ମାଡ଼ି ଆସିବା ସହ ବେଳାମାର୍ଗକୁ ଧୋଇନେଇଥିଲା।
