ଟ୍ରକକୁ ପଛ ପଟୁ ଧକ୍କା ଦେଲା ବୋଲେରୋ, ୨ ମୃତ
କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ବୋଲେରୋ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଯେ, ପାଟଣା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲ ଖିରେଇଟାଙ୍ଗିରି ଗାଁର ଗୋପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ କୁମାର ମହାନ୍ତ । ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଠିକା ସଂସ୍ଥାରେ ନିୟୋଜିତ ଥିବା ବୋଲେରୋ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
