ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୪ ଗୁରୁତର
ଧର୍ମଗଡ : କୋକସରା ବ୍ଲକ ଜାତୀୟ ରାଜପଥ ୨୬ ରେଙ୍ଗାଳପାଲି ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଝାରସୁଗୁଡାରୁ ମାଲକାନଗିରି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ରାସ୍ତା କଡରେ ଠିଆ ହୋଇଥିବା ଏକ ଥଣ୍ଡା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।
ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି । ଦୁର୍ଘଟଣା ହୋଇଥିବା ଟ୍ରକ ଓ ବସକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
