ଟ୍ରାକ୍ଟର ପାଲଟି ନାବଳକ ମୃତ
ନୀଳଗିରି : ଏକ ଇଟା ବୋଝେଇ ଟ୍ରାକ୍ଟର ପାଲଟି ଯିବା ଯୋଗୁଁ ଟ୍ରାକ୍ଟରର ଥିବା ଜଣେ ନାବାଳକର ମୃତ୍ୟୁ ଘଟିଛି । ନୀଳଗିରି ବ୍ଲକ ରାଧାକିଶୋରପୁର ପଂଚାୟତ ପୁରଖି ନିକଟସ୍ଥ କୁଡ଼ାପାଳ ଗ୍ରାମର ପ୍ରଶାନ୍ତ ନାୟକଙ୍କ ୧୫ବର୍ଷିୟ ନାବାଳକ ପୁଅ ହିତେଶ ଟ୍ରାକ୍ଟରରେ ଇଟା ବୋଝେଇ କରି ଯାଉଥିବା ବେଳେ ବେଲବନ୍ଧ ନିକଟରେ ଟ୍ରାକ୍ଟରଟି ପାଲଟି ଯାଇଥିଲା । ଫଳରେ ଘଟଣାସ୍ଥଳରେ ନାବାଳକ ହିତେଶର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶବକୁ ନୀଳଗିରି ହସପିଟାଲ ଅଣାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
