ସ୍ଵରାଜ ଆମ୍ ଆଦମୀ ପାର୍ଟିର ଆତ୍ମା
ବାରିପଦା : ସ୍ଥାନୀୟ ଦରଗାଡିହିଠାରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଏକ ସାଂଗଠନିକ ବୈଠକ ବର୍ଷିୟାନ ଶିକ୍ଷକ ନେତା ଶ୍ରୀ ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମ୍ ଆଦମୀ ପାର୍ଟିକୁ ଏକ ରାଜନୈତିକ ଦଳ ନୁହେଁ ଏହାକୁ ଏକ ଆନ୍ଦୋଳନ ଏବଂ ଏହାର ଆତ୍ମା ହେଉଛି ‘ସ୍ଵରାଜ’ ବୋଲି କୁହାଯାଇଛି। ଏହି ପାର୍ଟି ଲୋକମାନଙ୍କ ମତକୁ ସମ୍ମାନ ଦିଏ। ଏହି ପାର୍ଟିରେ ହାଇକମାଣ୍ଡବାଦ ନାହିଁ। କୌଣସି ସିଦ୍ଧାନ୍ତ ହୋଟେଲ ରୁମରେ କିମ୍ବା ଅଫିସରେ ବସି ନିଆଯାଏ ନାହିଁ। ଏ ପାର୍ଟିର କେନ୍ଦ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲ ସମସ୍ତ କ୍ଷେତ୍ରରେ ସ୍ଵରାଜ ନୀତିକୁ ଗୁରୁତ୍ଵ ଦେଉଛନ୍ତି। ତେଣୁ ସ୍ଵରାଜ ନୀତିକୁ ପ୍ରତ୍ୟେକ ଆପ୍ କର୍ମୀ ଗୁରୁତ୍ଵ ଦେବା ଏ ଦଳର ମୂଳ ସିଦ୍ଧାନ୍ତ ବୋଲି ବକ୍ତାମାନେ କହିଛନ୍ତି। ଏହାସହିତ ପାର୍ଟି ସାଧାରଣ ଜନତାଙ୍କ ସାଧାରଣ ସମସ୍ୟାକୁ ନେଇ ଯେଉଁ ରାଜନୀତି ଆରମ୍ଭ କରିଛି ତାହାର ଆବଶ୍ୟକତା ଦେଶରେ ଅତ୍ୟନ୍ତ ଜରୁରୀ। ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍, ସ୍ଵଚ୍ଛ ପାନୀୟଜଳ, ରୋଜଗାର ତଥା ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାକୁ ନେଇ ଯେଉଁ ରାଜନୀତି ଆପ୍ ଆରମ୍ଭ କରିଛି ତାହା ଲୋକଙ୍କ ଦ୍ୱାରା ଆଦୃତ ହେଉଛି। ତେଣୁ ଆଗାମୀ ଦିନରେ ଶ୍ରୀ କେଜରିୱାଲଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନିଆଯାଇଛି। ଯେଉଁମାନେ ଆପ୍ ର ନୀତି ଓ ଆଦର୍ଶକୁ ବୁଝନ୍ତି ନାହିଁ ସେମାନେ ପାର୍ଟି ଭିତରକୁ ପଶିଆସି ବିଭ୍ରାଟି ସୃଷ୍ଟି କରିବାର ସମ୍ଭାବନା ଥିବା ଯୋଗୁଁ ସମସ୍ତ କର୍ମୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଯେଉଁମାନେ ଏହି ବୈଠକରେ ଉପସ୍ଥିତ ଥିଲେ ସେମାନେ ହେଲେ ଯଶିପୁର ବିଧାନସଭାର ପର୍ଯ୍ୟବେକ୍ଷକ ଶ୍ରୀ ଶରତ ଚନ୍ଦ୍ର ମହାନ୍ତ, ଶାରସକଣା ବିଧାନସଭାର ପର୍ଯ୍ୟବେକ୍ଷକ ଶ୍ରୀ ଚନ୍ଦନ କିସ୍କୁ, ବଡ଼ସାହି ବିଧାନସଭାର ପର୍ଯ୍ୟବେକ୍ଷକ ଶ୍ରୀ ବାଦଲ ହେମ୍ବ୍ରମ, ବାଙ୍ଗିରିପୋଷି ବିଧାନସଭାର ପର୍ଯ୍ୟବେକ୍ଷକ ଶ୍ରୀ ବ୍ରଜକିଶୋର ଟୁଡୁ, ରାଜ୍ୟ ଯୁବ ସମ୍ପାଦକ ଶ୍ରୀ ଚାନ୍ଦ୍ରରାୟ ହାଁସଦା, ଶ୍ରୀ ବିରାମ ମୁର୍ମୁ, ଅଧ୍ୟାପକ ଗୋପବନ୍ଧୁ, ଶ୍ରୀ କ୍ଷେତ୍ରମୋହନ, ମୟୁରଭଞ୍ଜ ଜିଲ୍ଲା ଯୁବ ସଭାପତି ଶ୍ରୀ ଶିବାଜୀ ମହାନ୍ତ, ଶ୍ରୀ ରବିନ୍ଦ୍ର ସେଠୀ, ଶ୍ରୀ ରବିନ୍ଦ୍ର ଗିରି, ଶ୍ରୀ କାଶୀନାଥ ମହାନା, ଶ୍ରୀ ଶଙ୍କର ହେମ୍ବ୍ରମ, ଶ୍ରୀ ନାରାୟଣ ଟୁଡୁ, ଶ୍ରୀ ରସିକ ନାଥ ହାଁସଦା, ଶ୍ରୀ ଠାକରା ସୋରେନ, ଶ୍ରୀ ନବକିଶୋର ମାର୍ଣ୍ଡି ପ୍ରମୁଖ। ଶେଷରେ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
