ଆର୍ଥିକ ସାକ୍ଷରତା ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ସ୍ଵଳ୍ପସଂଚୟ କାର୍ଯ୍ୟାଳୟ ଆନୁକୂଲ୍ୟରେ କୋଲାବିରା ବ୍ଲକ ଅଫିସର ରାଜୀବ ଭବନ ପରିସରରେ ଏକ ଆର୍ଥିକ ସାକ୍ଷରତା ତଥା ଆର୍ଥିକ ଅନ୍ତଭୁକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ କୋଲାବିରା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପଣ୍ଡା ଯୋଗ ଦେଇ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କ ଟଙ୍କା ଲୁଟି ନେଉଥିବା ବେସରକାରୀ ସଂସ୍ଥାରେ ନିଜର କଷ୍ଟଉପାର୍ଜିତ ଧନକୁ ବିନିଯୋଗ ନକରି ପୋଷ୍ଟ ଅଫିସ ତଥା ରାଷ୍ଟ୍ରାୟିତ ବ୍ୟାଙ୍କରେ ରଖନ୍ତୁ, ତଥା ନିଜର ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ ବୋଲି ଲୋକଙ୍କୁ ବୁଝାଇଥିଲେ।ଶ୍ରୀମତୀ ରଞ୍ଜିତା ପଣ୍ଡା ଜିଲ୍ଲା ସ୍ବଳ୍ପସଂଚୟ ତଥା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଧିକାରୀ, ଝାରସୁଗୁଡା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାତ୍ର ୨୦ ଟଙ୍କା ବର୍ଷକୁ ଦେଇ ଦୁଇ ଲକ୍ଷ ଟଙ୍କାର ବୀମା ସୁରକ୍ଷା ତଥା ବର୍ଷକୁ ମାତ୍ର ୪୩୬ ଟଙ୍କା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବିନିଯୋଗ କରି ଦୁଇଲକ୍ଷ ଟଙ୍କାର ବୀମା ସୁରକ୍ଷା ପାଇ ପାରିବ ବୋଲି ବୁଝେଇଥିଲେ।ଅଟକ ପେନସନ ଯୋଜନାରେ ଅଠର ରୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନିର୍ଦ୍ଦିଷ୍ଟ ଟଙ୍କା ପ୍ରିମୀୟମ ଦେଇ ଷାଠିଏ ବର୍ଷ ପରେ ମାସିକ ପେନସନ ପାଇ ପାରିବେ ବୋଲି ବୁଝାଇଥିଲେ।ସେ ଆହୁରି ମଧ୍ୟ ସ୍ବଳ୍ପସଂଚୟ ଯୋଜନାର ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋକପାତ କରିଥିଲେ।କେବଳ ଡାକଘର ସଞ୍ଚୟ ଖାତା ଏବଂ ୧ ବର୍ଷୀୟା,୨ବର୍ଷୀୟା, ଏବଂ ୩ ବର୍ଷୀୟା ମିଆଦୀ ଜମାକୁ ଛାଡି ଆଉ ସବୁ ସ୍ବଳ୍ପସଂଚୟ ଯୋଜନା ଯଥା ପୁନଃ ପୌନିକ ଜମା,ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ,ଡାକଘର ମାସିକ ଆୟ ଯୋଜନା, କିଷାନ ବିକାଶ ପତ୍ର,ଜାତୀୟ ସଞ୍ଚୟ ସାର୍ଟିଫିକେଟ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନାରେ ପ୍ରତି ୨୦୦୦ ଟଙ୍କାର ସଞ୍ଚୟ ଉପରେ ସ୍ଵଳ୍ପସଂଚୟ ପ୍ରୋତ୍ସାହନ ଯୋଜନାର କୂପନ ମିଳିବ ବୋଲି ଜଣେଇଲେ।ଅଧିକ ସୁଧ ଦେବାର ଲୋଭ ଦେବା ର ପ୍ରତିଶୃତି ଦେଉଥିବା ଠକ ସଂସ୍ଥା ଠାରୁ ନିଜକୁ ଦୂରେଇ ରଖିବାକୁ ବୁଝାଇଥିଲେ।ସାଇବର ଠକ ମାନଙ୍କ ଠାରୁ ନିଜର ବ୍ୟାଙ୍କ ଖାତାକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ ବିଷୟରେ ବିଶଦ ଆଲୋଚନା କରିଥିଲେ।ଏହି ଶିବିରରେ,CDPO ଶ୍ରୀମତୀ ହେଲେନ ଖେସ ପିମ୍ପୁଡିର ଉଦାହରଣ ଦେଇ ସଞ୍ଚୟର ଆବଶ୍ୟକତା ଉପରେ ଅତ୍ୟନ୍ତ ସୁନ୍ଦର ଭାବରେ ବୁଝାଇଥିଲେ।ଏହି ଶିବିରରେ କୋଲବିରା ବ୍ଲକ ବଡ଼ବାବୁ ଶ୍ରୀମତୀ କୁମୁଦିନୀ ମହାପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଜିତ ସାହୁ, BLC ରୋଜାଲିନ ଦିଦି, ଜଗନ୍ନାଥ ରାଉତ ତଥା ଅଙ୍ଗନବାଡି କର୍ମୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ
