ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହେଲା ‘ସରାଇ’ ଆପ୍
- ହୋଟେଲକୁ ଆସୁଥିବା ଗ୍ରାହକଙ୍କ ବିବରଣୀ ହେବ ପଞ୍ଜୀକୃତ
ଭୁବନେଶ୍ୱର : ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହେଲା ‘ସରାଇ’ ଆପ୍ । ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପରେ ପଞ୍ଜୀକୃତ ହେବ । ସେହିପରି ଏହି ଆପ୍ ଯୋଗେ ପ୍ରତିଦିନ ଆଗନ୍ତୁକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି । ଆଧାରକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପ୍ ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯଦ୍ୱାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
