ତେନ୍ତୁଳିଖୁଣ୍ଟିରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ମୁଖ୍ୟାଳୟ ଠାରେ ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜକ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷେତ୍ର ଦିବସ ଅବସରରେ ତେନ୍ତୁଳିଖୁଣ୍ଟି ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଦାସିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳ ସଭାପତି ଶ୍ରୀ ମୁନା ତ୍ରିପାଠୀ, ବିଜେପି ଦଳ ସଭାପତି ଶ୍ରୀ ଜଗଦୀଶ ବିଷୋଇ,ବରିଷ୍ଠ ନେତା ଶ୍ରୀ ନାରାୟଣ ପାତ୍ର, ତେନ୍ତୁଳିଖୁଣ୍ଟି ଗଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ଭୋଇ, ସ୍ଥାନୀୟ ତହସିଲଦାର, ସରପଞ୍ଚ ଏବଂ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ଗଣ ମାଧ୍ୟମରେ ଜିଲ୍ଲାରେ ଚର୍ଚ୍ଚିତ ଆମେ ନରଙ୍ଗପୁରିଆ ଗ୍ରୁପକୁ ସମ୍ମାନିତ କରାଯାଇଥିଲା ।ଏହା ସହ ସମାଜ ସେବାରେ ବ୍ରତୀ ରହୁଥିବା ବିଭିନ୍ନ ସାମାଜିକ ସଂଗଠନ ସାମାଜିକ ଗଣ ମାଧ୍ୟମ ମାଧ୍ୟମରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିବା ଗ୍ରୁପ ପରିବର୍ତ୍ତନ ଫାଉଣ୍ଡେସନ, ଆଇକୋନିକ ନୋନା ନୋନି, ଅବିଭକ୍ତ କୋରାପୁଟ ସମାଚର, ଏବଂ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା ।
