ନିୟମିତ ହେବେ ଠିକା ଡାଟାଏଂଟ୍ରି ଅପରେଟର
ଭୁବନେଶ୍ୱର : ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଂଟ୍ରି ଅପରେଟର । ଠିକା ଡାଟାଏଂଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଂଟ୍ରି ଅପରେଟର ।’
ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ ଅଡିଟ, ସବ୍-ରେଜିଷ୍ଟ୍ରି ଅଫିସ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମି ଆଦି ୪ଟି ବିଭାଗରେ କାର୍ଯ୍ୟରତ ଥିବା ଠିକା ଡାଟା ଏଂଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ପାଖାପାଖି ୧୫ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ ।
