ଆଜି ମିରଟରେ ନିର୍ବାଚନ ରାଲି କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶ ମିରଟରେ ନିର୍ବାଚନ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପପୁଲାର ରାମାୟଣ ସିରିୟଲର ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ତାଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ।
ସେପଟେ ୟୁପି, ଲକ୍ଷ୍ନୌରେ ବସିଛି ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା ବୈଠକରେ ଉପସ୍ଥିତ ଥିଲେ। ଏଥର ୮୦ରୁ ୮୦ ଲୋକସଭା ସିଟକୁ ବିଜେପି କ୍ଲିନ୍ ସ୍ବିପ୍ କରିବ। ଏଥିସହ ସାରା ଦେଶରେ ୪୦୦ ପାର୍ ଟାର୍ଗେଟ୍ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିବ ବୋଲି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ।
