ଅରୁଣାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ବଧାଇ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ବଧାଇ ଜଣାଇଛନ୍ତି ।
ଏକ ଟ୍ୱିଟ୍ ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ଲୋକଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ବଧାଇ । ଏହି ରାଜ୍ୟର ଲୋକେ ଭାରତର ପ୍ରଗତିରେ ଲଗାତାର ଯୋଗଦାନ ଦେଇ ଆସୁଛନ୍ତି । ମୁଁ ପ୍ରାର୍ଥନା କରୁଛି, ଆଗାମୀ ଦିନରେ ଅରୁଣାଚଳ ପ୍ରଦେଶ ପ୍ରଗତିର ଶୀର୍ଷକୁ ସ୍ପର୍ଶ କରୁ ।
