ରାଷ୍ଟ୍ରପତି ସୋମବାର ୧୧ ଜଣଙ୍କୁ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ବିଜ୍ଞାନ ଭବନ ଠାରେ ଏକ ଗରିମାମୟ ସମାରୋହରେ ୧୧ ଜଣ ପିଲାଙ୍କୁ ଛଅଟି ଶ୍ରେଣୀରେ ସେମାନଙ୍କର ଅସାଧାରଣଇ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ଶିଶୁ ପୁରସ୍କାର ପ୍ରଦାନ କରିବେ । ପୁରସ୍କୃତ ହେବାକୁ ଯାଉଥିବା ପିଲା ମାନଙ୍କ ମଧ୍ୟରେ ଛଅ ଜଣ ପୁଅ ଓ ପାଂଚ ଜଣ ଝିଅ ଅଛନ୍ତି । ପ୍ରତ୍ୟେକ ପିଲାଙ୍କୁ ଏକ ପଦକ, ଏକ ଲକ୍ଷ ଟଙ୍କା ଓ ଏକ ପ୍ରମାଣ ପତ୍ର ପ୍ରଦାନ କରାଯିବ । ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଏହି ପିଲା ମାନଙ୍କ ସହ ଆଲୋଚନା କରିବେ ।
