ତିନି ଦିନିଆ ଗସ୍ତରେ ଆସାମର ଜୋରହାଟ ବିମାନ ଦନ୍ଦରରେ ପହଂଚିଲେ ରାଷ୍ଟ୍ରପତି
ଗୌହାଟି : ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ଆସାମରେ ପହଂଚିଲେ । ସେ ଗୁରବାର ଦ୍ୱିପହର ପରେ ଜୋରହାଟର ବିମାନ ବନ୍ଦରରେ ପହଂଚିଛନ୍ତି । ସେଠାରେ ଆସାମର ରାଜ୍ୟପାଳ ଗୁଲାବ ଚଂଦ କଟାରିଆ ଏବଂ ମୁଖ୍ୟମନ୍ତ୍ରୀ ଡା ହିମନ୍ତ ବିସ୍ୱ ସର୍ମା ତାଙ୍କ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆସାମ ଗସ୍ତରେ ରହିବେ । ଅପ୍ରେଲ ୭ ତାରିଖରେ ରାଷ୍ଟ୍ରପତି କାଜିରଂଗା ରାଷ୍ଟ୍ରୀୟ ଉଦ୍ୟାନରେ ଆୟୋଜିତ ଗଜ ଉତ୍ସବ ୨୦୨୩ର ଉଦ୍ଘାଟନ କରିବେ । ଏହା ପରେ ଗୌହାଟିରେ ମାଂଉଟ କଂଚନଜଂଗା ଅଭିଯାନ ୨୦୨୩କୁ ଉଦ୍ଘାଟନ କରିବେ । ସେ ଗୌହାଟିରେ ଗୌହାଟି ହାଇକୋଟର ୭୫ ବର୍ଷ ପୁରା ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେବେ ।
