ପୋଲିସ ଇନ୍ ଫର୍ମର ସନ୍ଦେହ କରି ନକ୍ସଲ କଲେ ଯୁବକଙ୍କୁ ହତ୍ୟା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଂଚାୟତ ଖାଲେପାରା ଗ୍ରାମର ଚନ୍ଦନ ମଲିକ (୩୩)ନାମକ ଯୁବକଙ୍କୁ ପୋଲିସର ଖବରୀ ବୋଲି ସନ୍ଦେହ ପ୍ରକଟ କରି ଘରୁ କିଛି ଦୂରକୁ ଡାକି ନେଇଁ ନକ୍ସଲ ମାନେ ହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ ଘଟିକା ସମୟରେ ଚନ୍ଦନ ମଲିକ ଏବଂ ତାଙ୍କ ପରିବାର ଖାଇ ବସିଥିବା ସମୟରେ, ପ୍ରାୟ ୩୦ ରୁ ୩୫ ଜଣ ମାଓବାଦୀ ପାରି ବେଶ ପରିଧାନ କରି ଅସ୍ତ୍ର ସସ୍ତ୍ର ଧରି ତାଙ୍କୁ ଘରୁ ଟାଣି ନେଇ ଗାଁ ବାହାରକୁ ଡାକି ନେଇଥିଲେ ।ସେଠାରେ ଚନ୍ଦନ ମଲିକଙ୍କୁ ଗୋଇଠା, ବିଧା ମାରିବା ସହ ରଶିରେ ତାଙ୍କ ବେକକୁ ବାନ୍ଧି ଟାଣି ଦେଇଥିଲେ ଯାହାଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ମାଓବାଦୀଙ୍କ ଏକ ପୋଷ୍ଟର ମଧ୍ୟ ମିଳିଥିଲା । ସେହି ପୋଷ୍ଟରରେ ଚନ୍ଦନ ମଲିକ ପୋଲିସ ଖବରୀ ଅଟନ୍ତି ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଏହା ପୂର୍ବରୁ ଚନ୍ଦନଙ୍କୁ ଥରେ ଜନ ଅଦାଲତରେ ବିଚାର କରି ଛାଡି ଦିଆଯାଇଥିଲା କିନ୍ତୁ ତାହାପରେ ମଧ୍ୟ ସେ ମାନି ନ ଥିଲେ ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଷ୍ଟର ରେ ଉଲ୍ଲେଖ କରିଛନ୍ତି ।ପୋଲିସ ଖବରୀ ଚନ୍ଦନ ମଲିକଙ୍କ ମୃତ୍ୟୁରେ ନବରଙ୍ଗପୁର ଏସପି, ଗରିଆବନ୍ଧ ଏସପି ଏବଂ ପୋଲିସର ଖୁପିଆ ବିଭାଗ ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । କିଛି ବର୍ଷ ପୂର୍ବେ ବିଧାୟକ ଜଗବନ୍ଧୁ ମାଝି ଙ୍କୁ ନକ୍ସଲ ଦ୍ୱାରା ହତ୍ୟା ମାମଲା ପରେ ଏ ଅଞ୍ଚଳ ରେ ନକ୍ସଲ ଗତିବିଧି ବୃଦ୍ଧି ପାଇଛି ଏବଂ ନିରୀହ ଲୋକଙ୍କ ଜୀବନ ବଳି ପଡ଼ିବାରେ ଲାଗିଛି ।ଞ୍ଚପୋଲିସ ଇନ୍େଫାର୍ମର ସନ୍ଦେହ କରି ନକ୍ସଲ କଲେ ଯୁବକଙ୍କୁ ହତ୍ୟା I
