ଆଜି ଠାରୁ ପିତୃପକ୍ଷ ଆରମ୍ଭ
ନୂଆଦିଲ୍ଲୀ : ଆଜି ଠାରୁ ପିତୃପକ୍ଷ ଆରମ୍ଭ । ଭାଦ୍ରବ ମାସର ପୂର୍ଣ୍ଣିମା ଅବସରରେ ଏହି ପକ୍ଷ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମରେ ପିତୃପକ୍ଷକୁ ଗୁରୁତ୍ବପୂର୍ଣ୍ଣ କୁହାଯାଇଥାଏ। ସେଥିପାଇଁ ପିତୃପକ୍ଷର ୧୫ ଦିନ ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ମନେ ପକାଇବାର ଆବଶ୍ୟକତା ରହିଛି। ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡ ଦାନ, ସୁଖ-ସମୃଦ୍ଧି ପାଇପାରିବେ। ଅନ୍ୟପଟରେ ପିତୃପୁରୁଷଙ୍କ ଅସନ୍ତୋଷରେ ପରିବାରେ ଅନେକ ଖରାପ ପ୍ରତିକ୍ରିୟା ପଡ଼ିଥାଏ। ତେଣୁ ପିତୃପକ୍ଷ ସମୟରେ ଅନେକ ଗୁଡ଼ିଏ ନିୟମ ପାଳନ କରାଯାଇଥାଏ।
ସୂଚନା ଯେ, ପିତୃପକ୍ଷର ୧୫ ଦିନ ପୂର୍ବପୁରୁଷମାନେ ନିଜ ଲୋକଙ୍କ ପାଖରେ ରହିବା ପାଇଁ ଧରାପୃଷ୍ଠକୁ ଆସିଥାନ୍ତି। ଏଥି ପାଇଁ ସେମାନଙ୍କ ଖୁସି ପାଇଁ କାମ କରାଯିବା ଉଚିତ। ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଶ୍ରାଦ୍ଧ ଦିଅନ୍ତୁ ନାହିଁ। ଏହା ଅଶୁଭ କୁହାଯାଇଥାଏ। ପିତୃପକ୍ଷ ସମୟରେ ଖରାପ ଅଭ୍ୟାସ ଠାରୁ ନିବୃତ୍ତ ରହିବା ଦରକାର। ମଦ୍ୟପାନ, ରସୁଣ, ପିଆଜ ପରିତ୍ୟାଗ କରିବା ଦରକାର। କାକୁଡି, ସୋରିଷ ଶାଗ ଖାଇବା ଅନୁଚିତ। ପୂର୍ବ ପୁରୁଷଙ୍କ ପାଇଁ ସରଳ ଜୀବନଯାପନ କରାଯିବା ଉଚିତ। ଯିଏ ପିଣ୍ଡଦାନ କରୁଛନ୍ତି, ସେ ନଖ ଓ କେଶ କାଟିବା ଉଚିତ ନୁହେଁ। ଏଥି ସହିତ ବ୍ରହ୍ମଚର୍ଯ୍ୟ ମଧ୍ୟ ପାଳନ କରିବାର ଆବଶ୍ୟକତା ରହିଛି। ପିତୃ ପୁରୁଷ ସମୟରେ ପଶୁ-ପକ୍ଷୀଙ୍କୁ କଷ୍ଟ ଦେବା ଉଚିତ ନୁହେଁ। ଏହା କରିବା ଦ୍ବାରା ସଂକଟ ନିକଟତର ହୋଇଥାଏ। ଘରକୁ ଆସୁଥିବା ପଶୁ-ପକ୍ଷୀଙ୍କୁ ଭୋଜନ ଦିଆଯିବା ଉଚିତ। କୁହାଯାଇଥାଏ ଯେ, ପୂର୍ବ ପୁରୁଷମାନେ ଘରକୁ ପଶୁ-ପକ୍ଷୀ ଭାବେ ଆସିଥାନ୍ତି।
