ଭାରତର ଏହି ଦୁଇ ଖେଳାଳିଙ୍କୁ ନେଇ ପାକିସ୍ତାନ ଟିମ୍ ଚିନ୍ତିତ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଯେତେ ପାଖେଇ ଆସୁଛି, ଦୁଇ ଟିମ୍ ଉପରେ ସେତେ ଚାପ ପଡ଼ୁଛି । ଟି-୨୦ ବିଶ୍ୱକପରେ ପାକିସ୍ତାନର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଥିବା ମାଥ୍ୟୁ ହେଡେନ୍ ଏହି କଥା ସ୍ୱୀକାର କରିଛନ୍ତି । ହେଡେନଙ୍କ ମୁତାବକ ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କ ଉପରେ ଚାପ ରହିଛି । ତେବେ ପାକିସ୍ତାନ ଟିମ୍ ଭାରତର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବେଶ୍ ଚିନ୍ତିତ ଅଛି । ସେହି ଦୁଇ ଖେଳାଳି ହେଲେ ଲୋକେଶ ରାହୁଲ ଓ ଋଷଭ ପନ୍ତ ।
ହେଡେନ୍ କହିଛନ୍ତି, ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବହୁତ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପ୍ ମୁକାବିଲାରେ ନେତୃତ୍ୱ କ୍ଷମତାର ଅସଲ ପରୀକ୍ଷା ହେବ । ପାକିସ୍ତାନ ଟିମ୍ ସହ ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରୁଥିବା ହେଡେନ୍ କହିଛନ୍ତି, ଏହି ମୁକାବିଲାରେ ଭୁଲ୍ କମ୍ ଦେଖିବାକୁ ମିଳିପାରେ । ଏଥିପାଇଁ ମ୍ୟାଚର ଫଳାଫଳରେ ନେତୃତ୍ୱ କ୍ଷମତାର ଭୂମିକା ନିର୍ଣ୍ଣାୟକ ହେବ । ହେଡେନ୍ ମହେନ୍ଦ୍ର ସିଂ ଧୋନି ଓ ଇଆନ୍ ମୋର୍ଗାନଙ୍କ ଉଦାହରଣ ଦେଇଛନ୍ତି, ଯେଉଁମାନେ ସଫଳତାର ସହ ନିଜ ନିଜର ଆଇପିଏଲ୍ ପ୍ରାଂଚାଇଜିର ନେତୃତ୍ୱ ନେଇଛନ୍ତି । ଧୋନି ଓ ମୋର୍ଗାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେତେଟା ଭଲ ନଥିଲା । କିନ୍ତୁ ଦୁହେଁ ଯେଉଁଭଳି ଭାବେ ନିଜ ଖେଳାଳିଙ୍କର ନେତୃତ୍ୱ ନେଲେ ଏବଂ ୟୁଏଇ ପରିବେଶରେ ନିଜକୁ ଯେଉଁଭଳି ଭାବେ ଅଭ୍ୟସ୍ତ କରାଇଲେ, ତାହା ସେମାନଙ୍କର ଟିମକୁ ଆଇପିଏଲର ଫାଇନାଲରେ ପହଂଚାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ । ମୋତେ ଲାଗୁଛି ଆଗାମୀ ମ୍ୟାଚରେ ନେତୃତ୍ୱକ୍ଷମତା ମହତ୍ୱପୂର୍ଣ୍ଣ ହେବ । ହେଡେନ୍ କହିଛନ୍ତି, ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କ ଉପରେ ନେତୃତ୍ୱଭାର ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଏହି ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ପଡ଼ିବ । କ୍ୟାପଟେନ୍ ଓ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ଉପରେ ଅତିରିକ୍ତ ଚାପ ରହିବ, କାରଣ ତାଙ୍କୁ ଟାର୍ଗେଟ୍ କରାଯିବ । ରାହୁଲ୍ ଓ ପନ୍ତଗତ କିଛି ବର୍ଷ ଧରି ଭାରତୀୟ କ୍ରିକେଟ୍ ଟିମ୍ ଉପରେ ତୀକ୍ଷ୍ଣ ନଜର ରଖୁଥିବା ହେଡେନଙ୍କ କହିବା ଅନୁସାରେ, ପାକିସ୍ତାନ ପାଇଁ ସବୁଠାରୁ ବଡ଼ ବିପଦ ହେଉଛନ୍ତି ରାହୁଲ୍ ଓ ପନ୍ତ । ବ୍ୟାଟ୍ସମ୍ୟାନ୍ ଭାବେ ରାହୁଲ ଦିନକୁ ଦିନ ଅଧିକ ପରିପକ୍ୱ ହେବାରେ ଲାଗିଛି ଏବଂ୍ ସେ ପାକିସ୍ତାନ ପାଇଁ ବଡ଼ ବିପଦ ହେବେ । କାରଣ ମୁଁ ଆରମ୍ଭରୁ ହିଁ ରାହୁଲଙ୍କ ଦେଖି ଆସିଛି । ମୁଁ ତାଙ୍କର ସଂଘର୍ଷ ଦେଖିଛି ଏବଂକ ଛୋଟିଆ ଫର୍ମାଟରେ ତାଙ୍କର ଦବଦବାକୁ ମଧ୍ୟ ଦେଖିଛି । ସେହିପରି ପନ୍ତଙ୍କ ଖେଳ ମଧ୍ୟ ମୁଁ ଦେଖିଛି । ସେ କିପରି ବୋଲିଂ ଆଟାକକୁ ଧ୍ୱଂସ କରନ୍ତି, ତାହା ସମସ୍ତେ ଜାଣନ୍ତି । ତେଣୁ ଏହି ଦୁଇ ଖେଳାଳିଙ୍କ ପ୍ରତି ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ହେଡେନ୍ କହିଛନ୍ତି ।
