୧୨ କୋଟିର ଲଟେରି ଜିତିଲେ ଚିତ୍ରକର
ഭാഗ്യം ചിരിച്ചപ്പോൾ... 12 കോടിയുടെ ക്രിസ്മസ്–പുതുവത്സര ബംപർ സമ്മാനം നേടിയ അയ്മനം പാണ്ഡവം ഓളിപ്പറമ്പിൽ സി.എൻ.സദാനന്ദനും ഭാര്യ ഒ.ബി.രാജമ്മയും ടിക്കറ്റുമായി കുടുംബത്തോടൊപ്പം ആഹ്ലാദം പങ്കുവയ്ക്കുന്നു. ഇളയ മകൻ സഞ്ജയ് സദൻ, മരുമക്കളായ ചിപ്പി സഞ്ജയ്, ആശ സനീഷ്, പേരക്കുട്ടികൾ എന്നിവർ സമീപം. ചിത്രം: വിഷ്ണു സനൽ ∙ മനോരമ
ନୂଆଦିଲ୍ଲୀ : ୫୦୦ଟଙ୍କିଆ ନୋଟର ଖୁଚୁରା ମିଳିଲାନି। ଏହି ଟଙ୍କାକୁ ଭଙ୍ଗେଇବା ପାଇଁ ଲଟେରି ଟିକେଟ୍ କିଣିଥିଲେ ସଦାନନ୍ଦନ। ଆଉ ସେହି ଟିକେଟ୍ ଏବେ ତାଙ୍କୁ କୋଟିପତି କରିଦେଇଛି। ୧୨ କୋଟିର ଲଟେରି ଜିତିଛନ୍ତି ସେ। କେରଳ ସରକାରଙ୍କ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ବମ୍ପର ଲଟେରିରୁ ଜିତିଥିବା ଟଙ୍କାରେ ସଦାନନ୍ଦନ ଘରର ଋଣ ପୈଠ କରିବା ସହ ପିଲାମାନଙ୍କ ପାଠପଢାରେ ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି।
ପେଶାରେ ସଦାନନ୍ଦନ ଜଣେ ଚିତ୍ରକର। ରବିବାର ସକାଳେ କେରଳ ସରକାରଙ୍କ ଖ୍ରୀଷ୍ଟମାସ-ନୂଆ ବର୍ଷର ବମ୍ପର ଲଟେରୀ କିଣିଥିଲେ ସଦାନନ୍ଦନ। ଟିକେଟ କିଣିବାର କିଛି ଘଣ୍ଟା ପରେ ଅର୍ଥାତ ଅପରାହ୍ନରେ, ସେ ଜାଣିବାକୁ ପାଇଲେ ଯେ ସେ ଲଟେରି ଜିତିଛନ୍ତି। ଏଥିପାଇଁ ତାଙ୍କୁ ୧୨ କୋଟି ଟଙ୍କା ମିଳିବ। ସଦାନନ୍ଦନ ବେଳେ ବେଳେ ଲଟେରି ଟିକେଟ୍ କିଣୁଥିବା ବେଳେ କେବେ ଜିତିନଥିଲେ। କିନ୍ତୁ ଏଥର ଭାଗ୍ୟ ତାଙ୍କ ସାଥ୍ ଦେଇଛି। ସଦାନନ୍ଦନଙ୍କ ଦୁଇ ପୁଅ ସାନେଶ ଏବଂ ସଞ୍ଜୟ ବାପାଙ୍କର ଏହି ଜିତ୍ରେ ବେଶ୍ ଖୁସି ଅଛନ୍ତି।
